ପୁରୀରେ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ କୁନି ଭଗତ

ପୁରୀ : ପୁରୀରେ କୁନି ଭାଗବତ ।  ୟୁଟ୍ୟୁବ୍, ଗୁଗୁଲ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିବା ୬ ବର୍ଷୀୟ ଭଗତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।  ପ୍ରଭୁ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ହେଉଛନ୍ତି ହିମାଚଳପ୍ରଦେଶ ବିଳାସପୁରର ୬ ବର୍ଷୀୟ ଭଗତ  ।  ଗୀତା ,ଭାଗବତକୁ ପ୍ରାଞ୍ଜଳ ଭାବେ କହିପାରୁଥିବା ୬ ବର୍ଷୀୟ ଭଗତ ଜଗା ଦୁଆରେ ଆସି ପହଂଚିଛନ୍ତି ।  ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ସେ ବେଶ୍ ଖୁସି ହୋଇଥିବା କହିଛନ୍ତି  ।  କୁନି ଭକ୍ତଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥିଲା ।

Spread the love