ପୁରୀର ଏକ ହୋଟେଲ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଭୟଭୀତ ପର୍ଯ୍ୟଟକ
ପୁରୀ : ପୁରୀରେ ବୋମାମାଡ଼ । ହୋଟେଲ ଉପରକୁ ୩ଟି ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ପୁରୀ ବଳିଆପଣ୍ଡା ଥାନା ଲାଇଟ୍ ହାଉସ୍ ପଛପଟେ ଥିବା ହୋଟେଲରେ ବୋମାମାଡ଼ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଆସି ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି ।ଦାଦାବଟି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ ହୋଟେଲର ଝରକା, କବାଟ ଆଦି କ୍ଷତିଗ୍ରସ୍ତ ହୋଇଛି । ବୋମାମାଡ଼ ଯୋଗୁ ହୋଟେଲରେ ଥିବା ପର୍ଯ୍ୟଟକ ଭୟଭୀତ ହୋଇପଡିଥିଲେ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବଳିଆପଣ୍ଡା ଥାନା ପୋଲିସ ।
