ପୁଲଓ୍ବାମା ଆକ୍ରମଣ ଉପରେ ଅବଦୁଲାଙ୍କ ସନ୍ଦେହ

ଗତ ଫେବଡଆରୀ 14 ତାରିଖରେ ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହମଲା ଉପରେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ଅଧ୍ୟକ୍ଷ ଫାଋଖ୍ ଅବଦୁଲା ସନ୍ଦେହ ପ୍ରକଟ କରିଛନ୍ତି ।  ଫାଋଖ୍ ଅବଦୁଲା କହିଛନ୍ତି ସିଆରପିଏଫର 40 ଜଣ ଲୋକ ସହିଦ୍ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବା ବେଳେ ସେ ଏପରି ମନ୍ତବ୍ୟ ଦେଇଛନ୍ତି । କେବଳ ଏତିକି ନୁହଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେବା କଥା ମଧ୍ୟ ସେ କହିଛନ୍ତିି । ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଆକ୍ରମଣକୁ ଅଣଦେଖା କରି ସେ କହିଥିଲେ ସଂସଦର ଅନ୍ତିିମ ଦିନରେ ସଦସ୍ୟ କହିଥିଲେ ମୋଦି ସରକାର ସବୁ ମୋର୍ଚ୍ଚାରେ ବିଫଳ ରହିଛନ୍ତି ଏବଂ ଏବେ ତାଙ୍କ ପାଖରେ ଦେଖାଇବା ପାଇଁ ଆଉ କିଛି ନାହିଁ । ସେଥିପାଇଁ ସେ ଅସଲ ବିଷୟରୁ ଲୋକଙ୍କ ଧ୍ୟାନ ଭଟକାଇବା ପାଇଁ ଯୁଦ୍ଧ ଭଳି ସ୍ଥିତି ଉପଜାଇଲେ ।

ଅବଦୁଲା କହିଥିଲେ , ମୋଦି କ’ଣ କରିଛନ୍ତି? ଛତିଶଗଡରେ ଭାରତୀୟ ଯବାନ ସହିଦ୍ ହେଲେ କ’ଣ ସେଠାକୁ ମୋଦି ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲେ? କ’ଣ ସେ ସହିଦଙ୍କ ପରିବାରକୁ କେବେ ସାନ୍ତ୍ୱନା ଦେଇଛନ୍ତି? ପୁଲୱାମାରେ 40 ଜଣ ଯବାନ ସହିଦ୍ ହୋଇଗଲେ । କିନ୍ତୁ ମୋତେ ଏହାକୁ ନେଇ ସନ୍ଦେହ ହେଉଛି । କେବଳ ଦେଖାଇହେବା ପାଇଁ ମୋଦି 300 ଆତଙ୍କବାଦୀଙ୍କୁ ମାରିଥିବା କଥା କହିଥିଲେ । କିଛି କହିଥିଲେ 500 ମରିଗଲେ ଆଉ କିଛି 1000 ମଧ୍ୟ କହିଦେଲେ । କେବଳ ଦେଖାଇହେବା ପାଇଁ ସବୁ ଏଭଳି କରାଯାଇଥିଲା ବୋଲି ଅବଦୁଲା କହିଥିଲେ ।

Spread the love