ପୂର୍ବତନ କାଉନସିଲରଙ୍କୁ ଆକ୍ରମଣ, ପୂର୍ବ ଶତ୍ରୁତାରୁ ସନ୍ଦେହ
ବାଲେଶ୍ବର : ପୂର୍ବତନ କାଉନସିଲରଙ୍କୁ ଆକ୍ରମଣ। ବାଲେଶ୍ବର ୭ ନମ୍ବର ୱାର୍ଡ ର ପୂର୍ବତନ କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନା । ଟାଉନ ଥାନାରେ ଏକ ମାମଲାକୁ ନେଇ ଆପୋସ ଆଲୋଚନା କରି ଫେରୁଥିବା ବେଳେ ବିଜେଡି କାଉନସିଲରଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଛି । କିଏ ଓ କାହିଁକି ଆକ୍ରମଣ କଲା କାରଣ ଅସ୍ପଷ୍ଟ ରହିଛି। ତେବେ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି।
