ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । ୮୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ପରେ ପ୍ରଥମେ ଭୁବନେଶ୍ୱର ସ୍ଥିତ ବାସଭବନକୁ ପାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ବନ୍ଧୁ ପରିବାର ବର୍ଗଙ୍କ ସମେତ ବହୁ ବରିଷ୍ଠ ନେତା ଶେଷ ଦର୍ଶନ କରିଥିଲେ। ପରେ ବିଧାନସଭା ପରିସରରେ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଧାନସଭାରୁ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପିସିସି ସଭାପତି ନିରଂଜ୍ଜନ ପଟ୍ଟନାୟକ,ଏଆଇ ସିସି ସମ୍ପାଦକ ରୁଦ୍ର ରାଜ୍ଜୁଙ୍କ ବରିଷ୍ଠ କଂଗ୍ରେସ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ କରାଯିବ।

Spread the love