ପୋଖରୀରେ ପଡି ଯୁବକ ମୃତ
ବାସୁଦେବପୁର : ପୋଖରୀ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ବଂଶୀପାଟଣା ଗାଁ ପୋଖରରେ ପଡି ଯୁବକ ମୃତ । ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ନଛୁ ଦଳେଇଙ୍କ ପୁଅ ସନ୍ତୋଷ ଦଳେଇ ବୋଲି ଜଣାପଡିଛି । ମୃତ ସନ୍ତୋଷ ଦୀର୍ଘ ଦିନ ହେବ ବଂଶୀପାଟଣା ଗାଁର ବିଦ୍ୟାଧର ବେହେରାଙ୍କ ପାଖରେ ରହି କାମ କରୁଥିଲେ । ହେଲେ ରଜକୁ ଘରକୁ ଯାଇ ଗତ ଦୁଇଦିନ ହେବ ଆସିଥିଲେ ମୃତକ ସନ୍ତୋଷ । ଗତକାଲି ରାତିରେ ସମସ୍ତେ ଖାଇ ସୋଇଥିଲେ । ହେଲେ ଆଜି ସକାଳେ ବିଦ୍ୟାଧରଙ୍କ ପରିବାର ଲୋକ ସନ୍ତୋଷକୁ ଖୋଜାଖୋଜି କରି ପାଇ ନଥିଲେ । ହେଲେ ସନ୍ଧ୍ୟା ସମୟରେ କିଛି ଲୋକ ସେହି ପୋଖରୀକୁ ଯାଇ ଦେଖନ୍ତି ଯେ, ମୃତ ଅବସ୍ଥାରେ ସନ୍ତୋଷ ପଡିଛନ୍ତି । ପରେ ବିଦ୍ୟାଧର ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ବାହାରକୁ ଆଣି ବ୍ୟବଛ୍ଛେଦ ପାଇଁ ପଠାଇଛି ।
