ପୋଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଗଲେରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ: ସମୀର ମହାନ୍ତି

ଭୁବନେଶ୍ୱର/ ସମ୍ବଲପୁର: ଗତ ୫ ବର୍ଷରେ ରାଜ୍ୟରେ ୨୭୦୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ହୋଇଛନ୍ତି । ରାଜ୍ୟରେ ପ୍ରତିଦିନ ଚାରି ଧର୍ଷଣ ଓ ୬ ଅପହରଣର ଶିକାର ହେଉଛନ୍ତି। ମା,ଭଉଣୀ ଓ ଶିଶୁମାନେ ଭୟଭୀତ ଅଛନ୍ତି। ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଓ ହିଂସାରେ ଓଡିଶା ରାଜ୍ୟ ସମଗ୍ର ଭାରତ ବର୍ଷରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବିଜେଡି ଶାସନରେ ଉଭୟ ମହିଳା ଓ ଶିଶୁ ବିପଦରେ। ରାଜ୍ୟବାସୀଙ୍କ ନିକଟରେ ଆସ୍ଥା, ବିଶ୍ୱାସ ଓ ବିଶ୍ୱସନୀୟତା ପୋଲିସ ବିଭାଗ ହରାଇଛି। ମମିତା ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୋଲିସ ସହ ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଏକାଠି ବୁଲି ମୁଖ୍ୟମନ୍ତ୍ରୀଙ୍କ ସଭା ଆୟୋଜନ କରିବା ନିହାତି ଭାବେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଛି । ମମିତା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଭୂମିକାକୁ ସନ୍ଦେହଜନକ ଥିବାବେଳେ ବରଗଡ ଜିଲ୍ଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହାଜତରେ ମୃତ୍ୟୁ ଏବଂ ନ୍ୟାୟ ପାଇଁ ଲଢେଇ ଜାରୀ ରଖିଥିବା ତାଙ୍କର ବିଧବାପତ୍ନୀ ରୁବି କୁମ୍ଭାରଙ୍କୁ ଜିଲ୍ଲା ଏସପି ପ୍ରଲୋଭିତ କରିବା ପ୍ରସଙ୍ଗ ପୋଲିସ ବିଭାଗର ବିଶ୍ୱସନୀୟତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବଜାୟ ରଖିବା କାର୍ଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ। ନହେଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ ବୋଲି ଦୁଇ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଯାଇ ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି। ଦୁଇ ଦିନିଆ ସମ୍ବଲପୁର, ବରଗଡ ଓ ବୈାଦ୍ଧ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି  ସମୀର ମହାନ୍ତି  ସମ୍ବଲପୁରରେ ପହଂଚିବା ପରେ ରେଳଷ୍ଟେସନରେ ଶହ ଶହ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ଏହାପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ବରଗଡ ଗସ୍ତ କରି ଗତ ୧୧ ତାରିଖ ଦିନ ପ୍ରାଣ ହରାଇଥିବା ଜିଲ୍ଲାର ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସ୍ୱର୍ଗତଃ ପରିକ୍ଷୀତ ଛତରଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି । ଏହି ଅବସରରେ ବରଗଡ ସାଂସଦ ସୁରେଶ ପୁଜାରୀ, ବିଧାୟକ ନାଉରୀ ନାଏକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଏବଂ ସନତ ଗଡତିୟା ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ରେଙ୍ଗାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର ଏବଂ ରେଢାଖୋଲ ନିର୍ବାଚନମଣ୍ଡଳୀର ଯୁଜୋମୁରାଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାନେଶ୍ୱର ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀହରି ନାୟକଙ୍କ ସମେତ ବହୁ କଂଗ୍ରେସ ଓ ବିଜେଡି ନାର୍ଯ୍ୟକର୍ତା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସଭାପତି  ମହାନ୍ତି ଆଜି ବୈାଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।

Spread the love