ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା, OPRB ଅଧ୍ୟକ୍ଷଙ୍କ ତନାଘନା ତଦନ୍ତ
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା । ଜେଲ ଡିଜିଙ୍କ କାର୍ଯ୍ୟାଳୟରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ -OPRB ଅଧ୍ୟକ୍ଷଙ୍କ ତନାଘନା ତଦନ୍ତ । ଏସପି ବଳଭଦ୍ର ଦୀପଙ୍କୁ ଡକାଇ ପଚରାଉଚରା କରୁଛନ୍ତି ଅଧ୍ୟକ୍ଷ । OPRB ଅଧିକାରୀଙ୍କ ସହ ଘଟଣାର ତର୍ଜମା ଚାଲିଛି । ଅଫିସିଆଲ୍ ଡକୁମେଣ୍ଟ, ପେନ୍ ଡ୍ରାଇଭ୍ ଓ ଲାପଟପକୁ ଯାଞ୍ଚ କରାଯାଉଛି ।
ଅନ୍ୟପଟେ ଜାଲିଆତି ମାମଲାରେ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଏବେ ମୋଟ ୧୧୯ ଜଣଙ୍କୁ ଗିରଫ କଲାଣି କ୍ରାଇମବ୍ରାଞ୍ଚ । ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ଦିଆଯାଇଛି । ମାମଲାର ତଦନ୍ତ କାରୀ ଅଧିକାରୀ ଭାବେ ସେ ଦାୟିତ୍ଵ ତୁଲାଇବେ । ସେ ଗୋଲାନ୍ଥରା ଥାନା ଯାଇ ମାମଲାର ସବୁ କାଗଜପତ୍ର ହାତକୁ ନେବେ । ଘଟଣାରେ କ୍ରାଇମବ୍ରାଞ୍ଚ ର ଜଣେ ଏସପି ମନିଟର କରିବେ । ଏହି ଘଟଣାରେ ସିଲିକନ୍ CEO ସୁରେଶ ନାୟକଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଏସଆଇ ପରୀକ୍ଷା ପାଇଁ ITI ଲିମିଟେଡକୁ ଦାୟିତ୍ବ ଦେଇଥିଲା । ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ବ ଦେଲା । ସିଲିକନ ସଂସ୍ଥା ପଞ୍ଚସଫ୍ଟକୁ ସବ କଣ୍ଟ୍ରାକ୍ଟ ଦେଲା । ସିଲିକନରୁ ସବକଣ୍ଟ୍ରାକ୍ଟ ନେଇଥିବା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିକୁ ଖୋଜୁଛି ପୋଲିସ। ପଞ୍ଚସଫ୍ଟ ଅଫିସ ସିଲ୍ କରାଯାଇଛି । ଏସଆଇ ପରୀକ୍ଷା ଜାଲିଆତିରେ ଶଙ୍କର ପୃଷ୍ଟିଙ୍କୁ କିଙ୍ଗପିନ୍ ବୋଲି କୁହାଯାଉଛି ।
