ପୋଲିସ ଏସଆଇ ପରୀକ୍ଷା ମାମଲା, ଆନ୍ତଃରାଜ୍ଯ ଲିଙ୍କରେ ଜଣେ ଗିରଫ
ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣେ ଗିରଫ । ଆନ୍ତଃରାଜ୍ଯ ଲିଙ୍କ ନେଇ ବିହାରରୁ ଅଭିଯୁକ୍ତ ଅମିତ ଭାରତୀଙ୍କୁ ଗିରଫ କରିଛି ସିବିଆଇ । ଶଙ୍କର ପୃଷ୍ଟିକୁ ଜେରା ପରେ ଅମିତକୁ ଗିରଫ କରାଯାଇଛି । ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼କୁ ରିମାଣ୍ଡ ନେଇଥିଲା CB I । ଆଜି ସରୁଛି ସମସ୍ତଙ୍କ ରିମାଣ୍ଡ ଅବଧି । ୪ ଦିନିଆ ରିମାଣ୍ଡ ଶେଷ ପରେ ଆଜି କୋର୍ଟରେ ହାଜର କରାଯିବ ।
