ପୋଲିସ ଏସ ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫେରାର ଅଭିଯୁକ୍ତଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ଜାରି କଲା ଲୁକ୍ ଆଉଟ୍ ସର୍କୁଲାର

ଭୁବନେଶ୍ୱର : ଏସ୍ ଆଇ ପରୀକ୍ଷା କେଳେଙ୍କାରୀ । କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି । ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଉଭୟ ଶଙ୍କର ପୃଷ୍ଟି ଓ ଖାସ୍ ସହଯୋଗୀ ମୁନା ମହାନ୍ତି ବିରୋଧରେ ସର୍କୁଲାର ଜାରି ହୋଇଛି । ଦେଶ ଛାଡ଼ି ପାରିବେନି ଏହି ୨ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ପକ୍ଷରୁ ଗଠିତ ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରେ ଚଢ଼ାଉ ଜାରି ରଖିଛି ।  ଝାଡ଼ଖଣ୍ଡ ଓ ବିହାରରେ ଓଡିଶା କ୍ରାଇମବ୍ରାଞ୍ଚ ଚଢ଼ାଉ କରୁଛି । ଏଥିସହ ୧୦ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି ।   ଏଥିସହ ୬ ଆକାଉଣ୍ଟରୁ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୋବାଇଲ ଚାଟିଂ ଡିଲିଟ୍ ହୋଇଥିବାରୁ ଏଗୁଡ଼ିକ ପୁଣି ଥରେ କାଢିବାକୁ ଭୁବନେଶ୍ବର ଫରେନସିକ୍ ସାଇଡ୍ ଲାବୋରେଟୋରି SFLL କୁ ପଠାଯାଇଛି ।

ଏପଟେ ପୋଲିସ ଏସଆଇ ଲିଖିତ ପରୀକ୍ଷାର ମାଷ୍ଟର ମାଇଣ୍ଡ କେଉଁଠି ? ସେନେଇ କ୍ରାଇମବ୍ରାଞ୍ଚ ଚଳାଇଛି ତନାଘନା ତଦନ୍ତ । ପରୀକ୍ଷା ପରିଚାଳନା ନେଇ ଇଣ୍ଡିଆନ ଟେଲିଫୋନ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ କାହିଁକି କଣ୍ଟ୍ରାକ୍ଟ ବାତିଲ ହେବନାହିଁ ମଗାଯାଇଛି କୈଫିୟତ । ୧୦ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଟିସ ଜରିଆରେ ITIକୁ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ-ଓପିଆରବି । ପରୀକ୍ଷା ପରିଚାଳନା କରିବାକୁ ଦାୟିତ୍ବ ନେଇଥିଲେ ମଧ୍ୟ ଆଇଟିଆଇ ନିଜେ ପରୀକ୍ଷା ନକରି ଏହାକୁ ସିଲିକନ ଟେକଲାବ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିଥିଲା । ସିଲିକନ ପରୀକ୍ଷା ଦାୟିତ୍ବ ପଞ୍ଚସଫ୍ଟକୁ ଦେଇଥିଲା ।  ସିଲିକନକୁ ଦାୟିତ୍ବ ହସ୍ତାନ୍ତର ନେଇ ଆଇଟିଆଇ ଓପିଆରବିକୁ ଜଣାଇଥିଲା । କିନ୍ତୁ ସିଲିକନ ପଞ୍ଚସଫଟକୁ ଦାୟିତ୍ବ ହସ୍ତାନ୍ତର କରିବା ନେଇ ଅବଗତ କରାଇନଥିଲା ।  କାହିଁକି ଏହାକୁ ଓପିଆରବିକୁ ଅବଗତ କରାଗଲା ନାହିଁ, ସେନେଇ ରିପୋର୍ଟ ତଲବ ହୋଇଛି ।

Spread the love