ପ୍ରଥମଥର ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩ ଲକ୍ଷରୁ ଅଧିକ ସଂକ୍ରମିତ

ଦେଶରେ କରୋନା ସଂକ୍ରମଣ ଭୟାବହ ରୂପ ଧାରଣ କଲାଣି । ଗତ ୧୦ ଦିନ ହେଲା ଲଗାତାର ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଶୁକ୍ରବାର ଦିନ ସଂକ୍ରମଣ ୪ ଲକ୍ଷ ପାର କରିଥିଲା। ତେବେ ଇତି ମଧ୍ୟରେ ଏକ ଭଲ ଖବର ମଧ୍ୟ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମଥର ପାଇଁ ୩ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଶନିବାର ଦିନ ୩ ଲକ୍ଷ ୮ ହଜାର ୫୨୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୫୯ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୩ ହଜାର ୬୮୪ ଜଣଙ୍କ ମୃତ୍ୟୁ ହୋଇଛି।

ଶୁକ୍ରବାର ଦିନ କରୋନା ସଂକ୍ରମିତ ମାମଲା ସବୁ ରେକର୍ଡ ଭାଙ୍ଗିଥିଲା। ଶୁକ୍ରବାର ଦେଶରେ ୪ ଲକ୍ଷ ୧ ହଜାର ୯୧୧ ନୂଆ ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଦିନରେ ଏହା ଦୁନିଆର କୌଣସି ଦେଶରେ ସାମ୍ନାକୁ ଆସିଥିବା ସବୁଠାରୁ ବଡ ସଂଖ୍ୟାକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ସାରା ଦୁନିଆରେ ୮.୬୬ ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଛି। ଏଥିରୁ କେବଳ ଭାରତରେ ୪୬ ପ୍ରତଶତ ରହିଛି।

Spread the love