ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 245 ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 28ଟି ବିଧାନସଭା ଆସନ ପାଇଁ ମୋଟ 245ଜଣ ପ୍ରାର୍ଥୀ ଓ 4ଟି ଲୋକସଭା ଆସନରେ ମୋଟ 30ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ 207ଜଣ ପ୍ରାର୍ଥୀ ବିଧାନସଭା ପାଇଁ ଓ 22ଜଣ ପ୍ରାର୍ଥୀ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।        ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସୁଦ୍ଧା 96ଜଣ ପ୍ରାର୍ଥୀ ବିଧାନସଭା ପାଇଁ ଏବଂ 21ଜଣ ପ୍ରାର୍ଥୀ ଲୋକସଭା ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ଆଜି କେବଳ 87ଜଣ ପ୍ରାର୍ଥୀ ବିଧାନସଭା ଓ 17ଜଣ ପ୍ରାର୍ଥୀ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Spread the love