ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷା‌ରେ ଉତ୍ତୀର୍ଣ୍ଣ ହେଲେ ଦୁଇଭଉଣୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ବା‌ୟୋକେମିଷ୍ଟ୍ରିରେ ବିଏସ୍‌ସି କରିଥିବା ଶକ୍ତି ଦୁବେ ସାରା ଦେଶରେ ପ୍ରଥମ ହୋଇଛନ୍ତି। ସେହିପରି ବରୋଦାସ୍ଥିତ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟରେ ବି.କମ୍‌ କରିଥିବା ହର୍ଷିତା ଗୋୟଲ ଦ୍ବିତୀୟ, ଡୋଙ୍ଗ୍ରି ଅର୍ଚ୍ଚିତ୍‌ ପରାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉତ୍ତରପ୍ରଦେଶର ଉନ୍ନାଓ ନିବାସୀ ସୌମ୍ୟା ମିଶ୍ର ଏବଂ ସୁମେଘା ମିଶ୍ର ଦୁଇଭଉଣୀ ଏକାଠି ୟୁପିଏସସି ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି।

ସୌମ୍ୟା ମିଶ୍ର  ଦ୍ୱିତୀୟ ପ୍ରୟାସରେ ୨୦୨୧ ମସିହାରେ ଉତ୍ତର ପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା ଏସଡିଏମ ପଦବୀ ପାଇଁ ଚୟନ ହୋଇଥିଲେ। ବର୍ତ୍ତମାନ ସେ ମିର୍ଜାପୁର ଜିଲ୍ଲାର ମଡିହାନ ତହସିଲରେ ନିଯୁକ୍ତ ଅଛନ୍ତି। ଏସଡିଏମ୍ ଭାବରେ କାମ କରିବା ସମୟରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ ପାଇଁ ପ୍ରସ୍ତୁତି କରୁଥିଲେ।

 

Spread the love