ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ମାଷ୍ଟରକ୍ୟାଣ୍ଟିନରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଦେଲେ ମୋଦି । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିଜେପିର ବରିଷ୍ଠ ନେତା ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ।

ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟରେ ଲାଗିବ ୭୫ଲକ୍ଷ ଗଛ । ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୪୫ ହଜାରଟି ଜାଗା ଚିହ୍ନଟ ହୋଇଛି । ରାଜ୍ୟର ୬ହଜାର ୭୯୪ ପଞ୍ଚାୟତକୁ ଜଙ୍ଗଲ ବିଭାଗ ପକ୍ଷରୁ ୫୦୦ ଲକ୍ଷ ଲେଖାଏଁ ଗଛ ପଠାଯାଇଛି । ସବୁ ଜିଲ୍ଲାରେ ଗଛ ଲଗା କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ, ସରପଞ୍ଚ, ଶିକ୍ଷକ, ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତଙ୍କୁ ସାମିଲ ହେବାକୁ କୁହାଯାଇଛି ।

Spread the love