ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭେଟଘାଟ । ସାଂସଦର ଶୀତ ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତାପ ଷଡ଼ଙ୍ଗୀ । ବ୍ୟକ୍ତିଗତ ଡାକରା ପାଇ ମୋଦିଙ୍କୁ ଭେଟିଥିବା କହିଛନ୍ତି ବାଲେଶ୍ୱର ସାଂସଦ । ତେବେ ଏହା ଏକ ସୌଜନ୍ୟମୁଳକ ସାକ୍ଷାତକାର ବୋଲି ସେ କହିଛନ୍ତି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ବିଭିନ୍ନ ସମୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏହି ଭେଟଘାଟ ପଛର କାରଣ କ’ଣ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି ।

Spread the love