ପ୍ରବାସୀ କେନ୍ଦ୍ର ଉପରେ ଆକାଶ ମାର୍ଗରୁ ଆକ୍ରମଣ, ୪୦ ମୃତ, ୮୦ ଆହତ

ଲିବିୟାର ରାଜଧାନୀରେ ବୁଧବାର ଏକ ପ୍ରବାସୀ କେନ୍ଦ୍ରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ଫଳରେ ଏହି ଘଟଣାରେ ୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଟ୍ରାଇପୋଲିର ତାଜୌରାସ୍ଥିତ ପ୍ରବାସୀ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି । ଏହି ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ନିଆଯାଇଛି ।  ଆମେରିକା ସରକାର ସମର୍ଥିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଖଲିଫା ହଫତରଙ୍କ ନେତୃତ୍ୱରେ ଲିବିଆ ନ୍ୟାସନାଲ ଆର୍ମି ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି । ଗତ ଏପ୍ରିଲରେ ଲିବିଆ ନ୍ୟାସନାଲ ଆର୍ମି ଏକ ଅପରେଶନ ଆରମ୍ଭ କରିଥିଲା, ଯାହାର କି ଏକ ବଡ଼ ଧରଣର କ୍ଷୟକ୍ଷତି କରିବାର ଲକ୍ଷ୍ୟ ଥିଲା । 

Spread the love