ପ୍ରେମ ନିଶା ଘାରିଲା, ଯୁବକ ସହ ଫେରାର ହେଲେ ୯ ପିଲାର ମା

ପ୍ରେମ ସତରେ ଅନ୍ଧ । ଜୀବନରେ କେତେବେଳେ କାହା ସହ ପ୍ରେମ ହୋଇଯାଏ ତାହା ଜଣାପଡେନାହିଁ । ହଁ ଆଜ୍ଞା ଏଭଳି ପ୍ରେମ କୁ କେନ୍ଦ୍ର କରି ଉତ୍ତରପ୍ରଦେଶରୁ ବନ୍ଦାୟୁ ଜିଲାରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ନଜରକୁ ଆସିଛି । ଜଣେ ୫୨ ବର୍ଷୀୟ ମହିଳା ପଡ଼ିଯାଇଛନ୍ତି ପ୍ରେମରେ । ତାଙ୍କ ପ୍ରେମ କାହାଣୀ ଜାଣିଲେ ଆପଣଙ୍କୁ ମଧ୍ୟ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ । ତେବେ ଏହି ମହିଳାଙ୍କର ୯ଟି ସନ୍ତାନ ରହିଛି ବୋଲି ଜଣାପଡିଛି । ମହିଳା ଜଣଙ୍କ ନିଜ ସ୍ୱାମୀ ଓ ପରିବାରକୁ ଛାଡି ୩୨ ବର୍ଷୀୟ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଖବର ମିଳିଛି । ମହିଳା ଜଣକ ନିଜ ସହ ୧୦ ବର୍ଷୀୟ ନିଜର ନାବାଳିକା ଝିଅ, ଲକ୍ଷାଧିକ ଟଙ୍କାର ସୁନାଗହଣା, ଜମିର କାଗଜପତ୍ର ମଧ୍ୟ ନେଇଯାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି ।

ଏହି ଘଟଣା ଜଲାଲପୁର ଗାଁର । ଉଭୟଙ୍କ ବିବାହକୁ ୩୨ ବର୍ଷ ପୂରିଛି ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି । ଦମ୍ପତି ୯ ଜଣ ପିଲାଙ୍କ ବାପା-ମାଆ । ସେମାନଙ୍କର ୫ ଝିଅ ଓ ୪ ପୁଅ । ଜଣେ ୨୧ ବର୍ଷୀୟ ପୁଅର ରୋଗରେ ମୃତ୍ୟୁ ହେବା ପରେ ୩ ଝିଅ ଓ ଜଣେ ପୁଅର ବିବାହ ହୋଇ ସାରିଛି । ମହିଳାଙ୍କ ସ୍ୱାମୀ କାନ୍ଦି କାନ୍ଦି କହିଛନ୍ତି ଯେ, ସେ ମୂଲମଜୁରୀ କରି ଘର ଚଳାଇବା ଠାରୁ ଆରମ୍ଭ କରି ପିଲାମାନଙ୍କ ବିବାହ କରିଛନ୍ତି । ବ୍ୟକ୍ତି ଜଣକ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ୪ ଲକ୍ଷ ଟଙ୍କାର ସୁନାଗହଣା, ୫୦ ହଜାର ନଗଦ ଟଙ୍କା ଓ ଜମି କାଗଜପତ୍ର ନେଇ ଯାଇଛନ୍ତି ।

୨୦ ଦିନ ଧରି ମହିଳା ଜଣକ ନିଖୋଜ ଥିଲେ । ପୁଲିସ ନିକଟରେ ମହିଳା ଜଣକ ନିଖୋଜ ନେଇ ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ । ପୁଲିସ ଖୋଖୋଜି ଆରମ୍ଭ କରିବା ପରେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଧରିଥିଲା । ପରେ କୋର୍ଟରେ ମାମଲା ରହିଥିବା ବେଳେ ମହିଳା ଜଣକ ଆଉ ସ୍ୱାମୀଙ୍କ ନିକଟକୁ ଫେରିବେ ନାହିଁ ଏବଂ ପୁରୁଷ ବନ୍ଧୁଙ୍କ ସହ ରହିବା ଶେଷ ନିଷ୍ପତ୍ତି ବୋଲି କହିଥିଲେ । ଏବେ ଏହି ମାମଲା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love