ବଚ୍ଚନ ପାଣ୍ଡେ’ ସୁଟିଂ ସେଟରେ ଅଗ୍ନିକାଣ୍ଡ, ଅକ୍ଷୟ ଓ କ୍ରୀତି ସେନନ କରୁଥିଲେ ସୁଟିଂ

ମୁମ୍ବାଇ ୧୫/୦୧ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଛି। ଗୋଟିଏ ସମୟରେ ଅକ୍ଷୟଙ୍କ ଫିଲ୍ମ ରିଲିଜ ହେବା ସହିତ ସୁଟିଂ ମଧ୍ୟ ଜାରି ରହିଛି । ଏବେ ଅକ୍ଷୟ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଜାକଲିନ ଫର୍ଣ୍ଣାଡିଜ ଓ କ୍ରୀତି ସେନନ ନଜର ଆସିବେ । ଏହା ମଧ୍ୟରେ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି।

ବଚ୍ଚନ ପାଣ୍ଡେ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର ସୁଟିଂ ପାଖାପାଖି ସରିଯାଇଛି, କିନ୍ତୁ ଫିଲ୍ମର କିଛି ଅଂଶ ରହିଯାଇଛି। ଅକ୍ଷୟ କୁମାର ଓ କ୍ରୀତି ସେନନ ଫିଲ୍ମର ବଳକା ଅଂଶ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ। ନ୍ୟୁଜ ଟ୍ରାକର ଏକ ରିପୋର୍ଟ ଅନୁସାରେ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ନିଆଁ ଲାଗି ଯାଇଛି, କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ ଓ ତୁରନ୍ତ ନିଆକୁ ଆୟତ୍ତ କରାଯାଇଥିଲା ।

ସୂଚନା ମୁତାବକ ଏହି ଫିଲ୍ମରେ ଅକ୍ଷୟ ଭୋଜପୁରି ହିନ୍ଦି କହୁଥିବାର ଦେଖାଯିବେ। ସେଥିପାଇଁ ସେ ଫିଲ୍ମ ସେଟରେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ପାଖରୁ ଟ୍ରେନିଙ୍ଗ ନେଉଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ଉତ୍ତରପ୍ରଦେଶ ସହିତ ସମ୍ପୃକ୍ତି ଥିବା ଏକ ଗ୍ୟାଙ୍ଗଷ୍ଟର ‘ବଚ୍ଚନ ପାଣ୍ଡେ’ ଭୂମିକାରେ ନଜର ଆସିବେ । କ୍ରୀତି ଏଥିରେ ସାମ୍ବାଦିକା ଭୂମିକାରେ ଅଭିନୟ କରୁଥିବାବେଳେ, ଫିଲ୍ମରେ ହିରୋ ଅପରାଧ ଦୁନିଆକୁ ଛାଡ଼ୁଛି କି ନାହିଁ? ଏହି ସସପେନ୍ସରେ କାହାଣୀଟି ଆଗକୁ ବଢ଼ୁଛି।

ବଚ୍ଚନ ପାଣ୍ଡେ ଫିଲ୍ମରେ ଅକ୍ଷୟ କୁମାର କ୍ରୀତି ସେନନଙ୍କ ପରେ ଅରସଦ ୱାରସି, ସଞ୍ଜୟ ମିଶ୍ରା, ଜାକଲିନ ଫର୍ଣ୍ଣାଡିଜ, ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ମାର୍ଚ୍ଚ ୪ ତାରିଖ ୨୦୨୨ ରେ ରିଲିଜ ହେବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମଟି ସାଉଥ ଫିଲ୍ମ ଜିଗର ଥଣ୍ଡାର ରିମେକ୍ ଅଟେ।

Spread the love