ବଜେଟ ୨୦୨୬ : ଏପ୍ରିଲ ୧ ରୁ ନୂଆ ଆୟକର ନିୟମ, ଜୁଲାଇ ୩୧ ଯାଏଁ କରିପାରିବେ ରିଟର୍ଣ୍ଣ ଦାଖଲ
ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା । ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ।
ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଘୋଷଣା କଲେ ଅର୍ଥମନ୍ତ୍ରୀ । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ ଯାଏଁ ଆୟକର ରିଟର୍ଣ୍ଣ ଭରିପାରିବେ ଲୋକ । ଆଇଟିଆର ୧, ଆଇଟିଆର ୨ ଲୋକ ଭରିପାରିବେ ରିଟର୍ଣ୍ଣ । ଏବେ ପାନ୍ ଜରିଆରେ ନିଜ ସଂପତ୍ତି ବିକି ପାରିବେ ଏନଆରଆଇ ।
