ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ, ପୁରୀକୁ କରାଯିବ ପିଲିଗ୍ରିମ ସିଟି
ଭୁବନେଶ୍ୱର : ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର । ପୁରୀକୁ ପିଲିଗ୍ରିମ ସିଟି କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ସହ ବଡ଼ ଦାଣ୍ଡରେ ସବୁ ଘରର ୟୁନିଫର୍ମ ହାଇଟ ରହିବ । ସେହିପରି ବଡ଼ ଦାଣ୍ଡ ପଟେ ମୁଁହ କରିଥିବା ଘର ଗୁଡିକର ରୂପ ରେଖ ମଧ୍ୟ ବଦଳାଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।