ବଡ଼ ବଡ଼ ସମସ୍ୟାକୁ ଦୂର କରେ ଜାମୁକୋଳି, ଡାଇବେଟିସ୍ ରୋଗୀଙ୍କ ପାଇଁ ହୋଇଥାଏ ବରଦାନ

ଫଳରେ ଥାଏ ବହୁ ରୋଗର ନିରାକରଣର ବାଟ । ଆଜିକଲି ଆଧୁନିକ ଯୁଗରେ ପିଜା, ବରଗର ଖାଉଥିବାବେଳେ ଆମେ ଆମ ଦେହକୁ ହିତଥିବା ଫଳକୁ ଅଣଦେଖା କରିଦେଉଛେ । ସେହିପରି ଜାମୁକୋଳି ଏମିତି ଫଳ, ଏହାକୁ ଖାଇବା ଦ୍ବାରା ବହୁ ରେଗରୁ ମିଳିଥାଏ ମୁକ୍ତି ।

ଏଥି ସହ ଜାଣିରଖନ୍ତୁ ଯେ, ଜାମୁକୋଳି ଏକ ପୁଷ୍ଟିକର ଫଳ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମ୍ ଭରପୂର ଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ବ ମଧ୍ୟ ରହିଥାଏ । ଯେପରିକି ଫାଇବର, ଫୋଲିକ୍ ଏସିଡ୍, ଫ୍ୟାଟ୍, ପ୍ରୋଟିନ୍, ସୋଡିୟମ୍, ରାଇବୋଫ୍ଲାଭିନ, ଥିଏମାଇନ୍, କାରୋଟିନ୍ ଇତ୍ୟାଦି ।

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଜାମୁ କୋଳି ବର୍ଷା ଦିନେ ହୋଇଥାଏ । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ମଧ୍ୟ ମିଳିଥାଏ । ଏହା ଦେହ ପାଇଁ ବହୁତ ହିତକର ହୋଇଥାଏ । ଏଥି ସହ ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆପଣମାନେ ଜାଣିରଖନ୍ତୁ ଯେ, ଜାମୁକୋଳିର ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମଧ୍ୟ ମିଳିଥାଏ ।

ଜାମୁ କୋଳି ଖାଇବା ଦ୍ବାରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକରକ । ଏଥି ସହ ଆପଣମାନେ ଜାଣିଛନ୍ତି କି? ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।

ଯଦି ପେଟରେ କୌଣସି ସମସ୍ୟା ହୋଇଥାଏ, ଜାମୁକୋଳି ଖାଇବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ । ଜାମୁକୋଳି ମଞ୍ଜୀର ଗୁଣ୍ଡକୁ ଦହି କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଏହି ରୋଗରୁ ଉପସମ ମଧ୍ୟ ମିଳିଥାଏ । ଭିନେଗାରରେ ଜାମୁ କୋଳିକୁ ଭିଜାଇ ପ୍ରତିଦିନ ସକାଳ ଓ ସଞ୍ଜରେ ଖାଇବା ଦ୍ବାରା ପିତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏଥି ସହ ଜାଣିରଖନ୍ତୁ ଯେ, ଜାମୁ କୋଳି ଅନେକ ସ୍ୱାସ୍ଥ୍ୟ ଅବସ୍ଥା ଯଥା ହୃଦଘାତ, ମଧୁମେହ, ଚର୍ମ ସମସ୍ୟା, ସଂକ୍ରମଣ, ଆଜମା, ପେଟ ଯନ୍ତ୍ରଣା, ଫ୍ଲାଟୁଲେନ୍ସ ଏବଂ ଅନେକ ଚିକିତ୍ସା ସମ୍ବନ୍ଧୀୟ ପାଇଁ ବେଶ୍ ଜଣାଶୁଣା । ଏହାକୁ ଫଳ ଆକାରରେ ଖାଇପାରିବେ, ଜୁସ ଭାବରେ ମଧ୍ୟ ତିଆରି କରି ପିଇପାରିବେ । ଖାଲି ଜାମୁକୋଳିରେ ଫାଇଦା ନଥାଏ ବରଂ ତା’ର ଡ଼ାଳ ଏବଂ ପତ୍ରରେ ରହିଛି ଅନେକ ରହସ୍ୟ । ତେବେ ଆସନ୍ତୁ ଜାଣିବା କିଛି ଫାଇଦା ବିଷୟରେ ।

ଏଥିରୁ ଆପଣଙ୍କୁ ଲୌହ ,କ୍ୟାଲସିୟମ୍ଅ,ପ୍ରୋଟିନ,ଫାଇବର ଓ କାର୍ବୋହାଇଡ୍ରେଟ ଆଦି ପୋଷଣ ମିଳିଥାଏ । ଏହା ଆପଣଙ୍କର ବ୍ରଣ ସମସ୍ୟାର ସମାଧାନ କରିଥାଏ । ଯଦି ଆପଣଙ୍କର ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଏହି ପତ୍ରର ରସକୁ ମୁଁହରେ ଲଗାଇପାରିବେ ।

ରକ୍ତକୁ ଶୁଦ୍ଧ କରେ :
ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ । ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ ।

ଆଖି ପାଇଁ ଏହାର ଉପକାରିତା :
ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ । ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ । କାଢା ବନାଇବା ପାଇଁ ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ । ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ ।

ପେଟରେ ହୋଇଥିବା ଷ୍ଟୋନ ପାଇଁ ଜାମୁର ଉପକାରିତା :
ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ପତ୍ରରୁ ମଧ୍ୟ ଆପଣ ଲାଭବାନ ହୋଇପାରିବେ ।

ମଧୁମେହ ପାଇଁ ଜାମୁର ଉପକାରିତା :
ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁକୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ । ଏହିପରି ଶରୀରରେ ଅନେକ ପ୍ରକାରର ସମସ୍ୟାକୁ ବହୁତ ସହଜରେ ଦୂର କରିଥାଏ ଜାମୁକୋଳି ।

Spread the love