ବଦଳିବ ପ୍ରାଥମିକ ସ୍କୁଲ ପିଲାଙ୍କ ଆଇ ଡିି କାର୍ଡ ରଙ୍ଗ: ଏବେ ସବୁଜ ନୁହେଁ, ଗେରୁଆ କାର୍ଡ ପିନ୍ଧିବେ ସ୍କୁଲ ପିଲା

ଭୁବନେଶ୍ୱର : ଓଡ଼ିଶା ସରକାର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଡ୍ରେସ୍ କୋଡ୍ ଏବଂ ଆଇ ଡିି କାର୍ଡ ରଙ୍ଗ ବଦଳିବାକୁ ଯାଉଛନ୍ତି । ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି ।

ଚିଠି ଅନୁଯାୟୀ, ନୂତନ ପରିଚୟ ପତ୍ରରେ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଏବଂ ଫୋନ୍ ନମ୍ବର ସମେତ ଜରୁରୀ ସୂଚନା ରହିବ । କାର୍ଡଗୁଡ଼ିକରେ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକଙ୍କ ଦସ୍ତଖତ ମଧ୍ୟ ରହିବ। ସ୍କୁଲ ପରିସରରେ ଥିବା ସମୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ବେକରେ ପରିଚୟ ପତ୍ର ପିନ୍ଧିବାକୁ ବାଧ୍ୟତାମୂଳକ ହେବ।
ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର ।

ଅନ୍ୟପଟେ ବିଜେଡି ସରକାର ସମୟରେ ପିଲାଙ୍କ ହାଉସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ଲୋଗୋ ବଦଳି ସ୍ଲୋଗାନ୍ ରହିଛି ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ । ପିଲାଙ୍କ ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ ।

Spread the love