ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ
ନୀଳଗିରି: ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ । ଛଡ଼ାଇ ନେଲେ କାଠ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ନୀଳଗିରି ବନବିଭାଗ । ତେବେ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜବତ କାଠକୁ ଛଡ଼ାଇ ନେଇଥିଲେ ମାଫିଆ । ଗାଡ଼ିକୁ ମଧ୍ୟ ଛଡ଼ାଇ ନେଇଥିଲେ ।
କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି । ନୀଳଗିରି ବ୍ଲକ ଶିମିଳିହୁଡା ଅଞ୍ଚଳରେ ମୂଲ୍ୟବାନ ଶାଗୁଆନ ଗଛ କାଟି ବାହାରକୁ ଚାଲାଣ କରିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ନୀଳଗିରି ବନବିଭାଗ । ଶାଗୁଆନ ସହ ପିଅଶାଳ କାଠ ମଧ୍ୟ ବୋଝେଇ ହୋଇଥିଲା ।
ଗାଡିକୁ ଜବତ ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ମାଫିଆ । ଆକ୍ରମଣକରେ ସଜନାଗଡ଼ ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଁସଦା ଆହତ ହୋଇଛନ୍ତି । କାଠ ମାଫିଆ ଆକ୍ରମଣ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
