ବର୍ଷା ଋତୁରେ ଖାଉଛନ୍ତି କି ରାସ୍ତା କଡ଼ ଖାଦ୍ୟ, ଭୋଗିବେ ଅନେକ ଗମ୍ଭୀର ସମସ୍ୟା

ସବୁ ଋତୁ ମାନଙ୍କ ମଧ୍ୟରେ ବର୍ଷା ଋତୁ ଅନ୍ୟତମ । ଏହି ଋତୁର ଅଲଗା ଏକ ପରିଚୟ ରହିଛି । ଏହି ଋତୁରେ ଜୀବଜଗତ ସଜୀବ ହୋଇ ଉଠେ ଓ ସାରା ପରିବେଶ ସବୁଜମୟ ହୋଇଯାଇଥାଏ । ଚାଷୀମାନେ ଦୀର୍ଘ ଦିନ ହେଲା ଅନେଇ ବସିଥାନ୍ତି ମୌସୁମୀକୁ ।

ବଦଳୁଛି ପାଣିପାଗ ଆଉ ଜଳବାୟୁରେ ହେଉଛି ପରିବର୍ତ୍ତନ । ଦେଖିବାକୁ ମିଳୁଛି ବର୍ଷା, ପବନ ଓ ସନ୍ତସନ୍ତିଆ ପାଗ । ବର୍ଷା ଦିନିଆ ପବନ ଦେହ ପାଇଁ ଖୁବ୍ ଭଲ ହୋଇଥାଏ । ବର୍ଷା ହୋଇ ବାୟୁମଣ୍ଡଳର ଧୂଳିକଣା ଧୋଇ ହୋଇ ଯାଇଥିବା ହେତୁ ଆମକୁ ସ୍ୱଚ୍ଛ ପବନ ମିଳିଥାଏ । ହେଲେ ବର୍ଷା ଦିନ ସବୁ ଦିଗରୁ ମଙ୍ଗଳମୟ ନୁହେଁ । ଏହି ଋତୁରେ ଶରୀର ଅସୁସ୍ଥ ହେବାର ଅନେକଗୁଡ଼ିଏ କାରଣ ମଧ୍ୟ ରହିଛି । ତେବେ, ଆସନ୍ତୁ ଜାଣିବା କ’ଣ ସବୁ ଏହି ଦିନେ ନଖାଇବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବା ।

ଖାସ୍ କରି ବର୍ଷା ଦିନିଆ ରାସ୍ତାକଡ଼ ଖାଦ୍ୟ ଖାଆନ୍ତୁ ନାହିଁ । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି । ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ । ବନ୍ଧା କୋବିର ପତ୍ରରେ ବହୁ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି । ଏହା ପେଟକୁ ଗଲେ ଖାଦ୍ୟକୁ ବିଷାକ୍ତ କରିପକାନ୍ତି ।

ଏଥିସହ ବର୍ଷା ଦିନେ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ । ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିଲେ ଭଲ । କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ । କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଏ ।

ଏଥିସହ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଥଣ୍ଡା ଥଣ୍ଡା ପାଗ ଯୋଗୁଁ ସୁଆଦିଆ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ଏହି ଋତୁରେ ଅଧିକ ଦେହ ଖରାପ ହେଉଥିବାରୁ ଲୋକମାନେ ଫାଷ୍ଟଫୁଡ୍ ଖାଇବାଠାରୁ ମୁହଁ ବୁଲାଇ ଦେଇଥାନ୍ତି । ଯେମିତି ବର୍ଷାଦିନେ ସିଙ୍ଗଡା, ପକୁଡି, ବରା ଭଳି ଖାଦ୍ୟ ଖାଇବାକୁ ପାଟିରେ ପାଣି ଆସିଯାଏ । କିନ୍ତୁ ସେ ସବୁ ବଦଳରେ ମକା ଦେହ ପାଇଁ ଭଲ ଭାବି ଖାଇଥାନ୍ତି ।

ବର୍ଷା ଋତୁର ସନ୍ଧ୍ୟାରେ ରାସ୍ତା କଡରେ ହେଉଥିବା ମକା ଭଜାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯାହା ଖୁବ୍ ସାଧାରଣ କଥା । ଏହା ଟେଷ୍ଟି ହୋଇଥାଏ ସତ କିନ୍ତୁ ଯଦି ଆପଣ ଏହାକୁ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ବୋଲି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ । ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ । ଯାହା ପରବର୍ତ୍ତୀ ସମୟରେ ବିପଦଜନକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ଏହି ଋତୁରେ ଏପରି କିଛି ଖାଦ୍ୟ ଖାଉଛନ୍ତି, ତେବେ ଏଥିରୁ ଦୂରେଇ ରଖନ୍ତୁ ନଚେତ୍ ଭୋଗିବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ।

Spread the love