ବର୍ଷିୟାନ ନିର୍ଦ୍ଦେଶକ ଓ ଲେଖକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ

ବର୍ଷିୟାନ ନାଟକ  ଲେଖକ ଓ ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ ହୋଇଯାଇଛି । ସେ 70 ବର୍ଷରେ ପ୍ରାଣତ୍ୟାଗ କରିଛନ୍ତି । ଆଜି ସମୟ ପ୍ରାୟ 1.30 ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ବୟସାଧିକ କାରଣରୁ ସେ ଦୁଇମାସ ହେଲା  ଶର୍ଯ୍ୟାଶାୟୀ  ଥିଲେ । ଆଜି ହଠାତ ତାଙ୍କର ପରଲୋକ ହୋଇଯାଇଛି ।  କଟକ ସେଖ ବଜାର ବାନା ବଗିଚା ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି ।  1949 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ଓଡିଶା ନାଟକ ଜଗତ  ଏବଂ ପୁରା ଓଲିଉଡ ଇଣ୍ଡଷ୍ଟ୍ରି ଦୁଃଖ ପ୍ରକାଶ କରିଛନ୍ତି ।

ନାଟକ ପାଇଁ ଓଡିଶାକୁ  ଦେଇଥିବା ଅବଦାନ ସବୁବେଳ ମନେ ରହିବ ବୋଲି ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ଓଡିଶା ନାଟକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ହୋଇ ରହିବ । ତାଙ୍କ ଜୀବନ କାଳ ମଧ୍ୟରେ  ଶତାଧିକ ଓଡିଆ ନାଟକରେ ନିର୍ଦ୍ଦେଶନା ଦେଇଥିବା ବେଳେ ଦିନ୍ଦୀ ନାଟକରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି । ସେ ଓଡିଶା ଇତିହାସ ଉପରେ ଆଧାରିତ କଟକ ନଗର, ବରଷ ହଜାର, ମହାନାଟକର ପରିକଳ୍ପନା, ରଚନା ଓ ନିର୍ଦ୍ଦେଶନ ଦାୟିତ୍ବ ଗ୍ରହଣ କରି ପ୍ରାୟ 300 କଳାକାରଙ୍କୁ ନେଇ ବାରବାଟୀ ଷ୍ଟାଡିୟମରେ ପଞ୍ଚମୁଖୀ ମୁକ୍ତାଙ୍ଗନ ରଙ୍ଗମଞ୍ଚରେ ତାହାକୁ ସେ ମଞ୍ଚସ୍ଥ କରାଇଥିଲେ । ମୃତ୍ୟୁ ପୂର୍ବରୁ ଉତ୍କଳ ଯୁବ ସାଂସ୍କୃତିକ ସଂଘର ସେ ସାଧାରଣ ସମ୍ପାଦକ ଥିଲେ ।

Spread the love