ବାଇକ୍ ଏବଂ ସାଇକେଲ ମୁହାଁମୁହିଁ ଧକ୍କା, ତିନି ଗୁରୁତର

ବାଲିପାଟଣା ୦୩।୦୨: ବାଇକ୍ ଏବଂ ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୋମବାର ରାତିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା  ସରିପୁର ଛକ ଠାରେ ବାଇକ୍ ଏବଂ ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ  ସାଇକେଲ୍ ରେ ଥିବା ଦୁଇ ଜଣ  ଏବଂ ବାଇକ୍ ଚାଳକ ଗୁରୁତର  ଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଗୁରୁତର ମାନେ ହେଉଛନ୍ତି  ଚଣାହଟ୍ଟା  ମଠସାହିର ରାଜକିଶୋର ଭୋଇ, କୁଳନ୍ତିରାଶାସନ ଗ୍ରାମର ଆଶିଷ ଭୋଇ ଏବଂ ଶୁଭମ୍ ଭୋଇ ।

Spread the love