ବାଇକ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୨ ମୃତ

ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡା ବ୍ରିଜ ନିକଟରେ ସଡକ ଦୁର୍ଘଟଣା। ମ୍ୟାକ୍ସ ପିକଅପ ଭ୍ୟାନ୍ ଏବଂ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକରେ ଯାଉଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର କଳାହାଣ୍ଡି ସ୍ଥିତ ଥୁଆମୂଳ ରାମପୁର ଅଞ୍ଚଳର ମନୋଜ ବେନିଆ ଓ ବୁଲୁ ବେନିଆ ବୋଲି ଜଣା ପଡ଼ିଛି। ସୂଚନା ମିଳିଛି। ଘଟଣା ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡା ଗ୍ରାମ ବ୍ରିଜ ନିକଟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love