ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ, ବିଭିନ୍ନ ସ୍ଥାନରେ ପହଞ୍ଚିଲେଣି ସରକାରୀ ଅଧିକାରୀ

ଭୁବନେଶ୍ବର: ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ । ବିଭିନ୍ନ ସ୍ଥାନରେ ପହଞ୍ଚିଲେଣି ସରକାରୀ ଅଧିକାରୀ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ୫ଟି ଏନଡିଆରଏଫ, ୨୪ଟି ଓଡ୍ରାଫ ଓ ୧୧୧ଟିମ ପହଞ୍ଚିଲେଣି । ସୁରକ୍ଷା ପାଇଁ ମୋଟ ୧୪୦ ଟିମ୍ ନିୟୋଜିତ ହୋଇଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କାଲିଠାରୁ ରାଜ୍ୟରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ସେତେଟା ପଡ଼ିନପାରେ।

ସରକାର ବାତ୍ୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯେଉଁ ଜୋନରେ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛି ତାହାକୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରଖିଛି । ଗଜପତି ଜିଲ୍ଲାର ୩୩୯ ପାଖାପାଖି ସ୍ଥାନରେ ଭୁସ୍ଖଳନ ଆଶଙ୍କା ରହିଛି । ଅନ୍ୟ ପାହାଡିଆ ଜିଲ୍ଲାର ମଧ୍ୟ ସମସ୍ତ ଭୂସ୍ଖଳନ ସ୍ଥାନକୁ ଚିହ୍ନଟ କରାଯାଇଚି । ଅଧିକ ବର୍ଷା ସମୟରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ପକ୍କା ଘର ନଥିଲେ ବର୍ଷା ରିଲିଫ ସେଣ୍ଟରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।  ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାରେ ୧୪୪୫ ରିଲିଫ୍ ସେଣ୍ଟର ଖୋଲାଯାଇଛି । ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ।

୮ ଜିଲ୍ଲାରେ ୩୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରହିଛି । ଏପର୍ଯ୍ଯନ୍ତ ୧୫ ଶହ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।  ସମସ୍ତ ବିଭାଗ ସହ ଯୋଗାଯୋଗ ରଖାଯାଇଛି । କିପରି ସମସ୍ତ କାର୍ଯ୍ୟ ତ୍ୱରିତ ବେଗରେ ହେବ ତାହା ଉପରେ ନଜର ରହିଥିବା ସେ କହିଛନ୍ତି ।

Spread the love