ବାତ୍ୟା ମୋନ୍ଥା’ ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ
ଭୁବନେଶ୍ବର: ମୋନ୍ଥା’ ପାଇଁ ଟ୍ରେନ ବାତିଲ । ବାତ୍ୟା ପାଇଁ ୪୩ଟି ଟ୍ରେନ ବାତିଲ ହେଲା । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଛି । ସେଥିରୁ ଗୋଟିଏ ଟ୍ରେନକୁ ଦିଗ ପରିବର୍ତ୍ତନ କରାଯାଇଛି ଓ ୨ଟି ସମୟ ପରିବର୍ତ୍ତନ କରାଯାଇଛି । ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର ୨୯) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ । ମୋନ୍ଥା’ ପାଇଁ ଟ୍ରେନ ବାତିଲ । ବାତ୍ୟା ପାଇଁ ୪୩ଟି ଟ୍ରେନ ବାତିଲ ହେଲା । ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ବାତିଲ ଘୋଷଣା । ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ ।
