ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ

ପୁରୁଷୋତ୍ତମପୁର : ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ । ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗାଁରୁ ।  ଘରୋଇ କଳହରୁ ବାପାର ଜୀବନ ନେଲେ ଦୁଇ ପୁଅ ।  ମୃତକଙ୍କ ନାଁ ଗୋପାଳକୃଷ୍ଣ ସାହୁ । ସେ ସୁରତରେ କାମ କରନ୍ତି । କିଛି ଦିନ ତଳେ ଘରକୁ ଆସିଥିଲେ । ଅଭିଯୋଗ ଅନୁସାରେ ଆଜି ପାରିବାରିକ ଘଟଣାକୁ ନେଇ ବାପ-ପୁଅଙ୍କ ଭିତରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ରଡରେ ପିଟି ବାପାଙ୍କୁ ମାରି ଦେଇଥିଲେ ଦୁଇ ପୁଅ ପିଣ୍ଟୁ ସାହୁ ଓ ରଞ୍ଜନ ସାହୁ । ପୋଲିସ ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *