ବାସୀ ମୁହଁ ରେ ସକାଳୁ ପାଣି ପିଇବା ଦ୍ଵାରା କଣ ହେଇଥାଏ ଆସନ୍ତୁ ଜାଣିବା

ଜଳ ହିଁ ଜୀବନ ଆପଣ ମାନେ ଏହି ଉକ୍ତି କୁ ଜାଣିଥିବେ ନିଶ୍ଚୟ । ଶରୀର ସୁସ୍ଥ ରହିଲେ ମନ ମଧ୍ୟ ଭଲ ରହିଥାଏ । ନିରୋଗ ଜୀବନଯାପନ କରିବା ସମସ୍ତଙ୍କ ଇଚ୍ଛା ରହିଥାଏ । କାରଣ ବ୍ୟାଧି ଠୁ ବଡ ଶତ୍ରୁ କିଛି ନୁହେଁ ବୋଲି କୁହାଯାଏ । ଶରୀର ରେ ରୋଗ ହେଲେ ବିଭିନ୍ନ ପ୍ରକାର କଷ୍ଟ ହୋଇଥାଏ ମନ ମଧ୍ୟ ଭଲ ରୁହେ ନାହିଁ । ତେବେ ଆମ ଶରୀର କୁ ସୁସ୍ଥ ରଖିବା ପାଇଁ ନିଜ ର ଯତ୍ନ ନେବା ମଧ୍ୟ ବହୁତ୍ ଆବଶ୍ୟକ । ପ୍ରତିଦିନ ଠିକ୍ ଭାବରେ ନିଜ ଶରୀର କୁ ରଖିଲେ ରୋଗ ମଧ୍ୟ କମ ହୋଇଥାଏ । ତେବେ ଆପଣ ମାନେ ଜାଣିଥିବେ ପାଣି ବିନା ବଞ୍ଚି ହେବ ନାହିଁ । ଶରୀର ରେ ଜଳୀୟାଂଶ କମିଗଲେ ମଧ୍ୟ ବହୁତ୍ ଅସୁବିଧା ହୋଇଥାଏ । ତେବେ ଶରୀର ପାଇଁ ଜଳ ନିହାତି ଆବଶ୍ୟକ ଅଟେ । ପାଣି ପିଇବା ର ମଧ୍ୟ କିଛି ନିୟମ ରହିଛି ଯାହାକୁ ଜାଣି ସେହି ହିସାବ ରେ ପାଣି ପିଇଲେ ବହୁତ୍ ଲାଭ ହୋଇଥାଏ । ପ୍ରତ୍ୟେକ ଦିନ ସକାଳୁ ଉଠି ଖାଲି ପେଟ ରେ ଦୁଇ ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହା ଦ୍ବାରା ଶରୀର ରେ ଥିବା ଅପରିଷ୍କାର ମଇଳା ସଫା ହେଇଥାଏ । ଏବଂ ସକାଳୁ ପାଣି ପିଇଲେ ମୁହଁ ମଧ୍ୟ ସଫା ହୋଇଥାଏ ଏବଂ ଗ୍ଲୋ କରିଥାଏ ।  ସେହିପରି ଭାବରେ ଗାଧୋଇବା ଆଗରୁ ପାଣି ପିଇବା ଦ୍ଵାରା ମଧ୍ୟ ହୃଦରୋଗ ର ସମସ୍ୟା କମ ହୋଇଥାଏ । ତେବେ ବିଭିନ୍ନ ସମୟ ରେ ପାଣି ପିଇବା ର କିଛି ନିୟମ ରହିଥାଏ । ପ୍ରତ୍ୟେକ ଦିନ ଠିକ୍ ଭାବରେ ପାଣି ପିଇବା ଉଚିତ୍ । ତେବେ ସନ୍ଧ୍ୟା ସମୟ ରେ ଖାଦ୍ୟ ଖାଇବା ଆଗରୁ ପାଣି ପିଇବା ଉଚିତ୍ । ଯାହା ଦ୍ଵାରା ପେଟ ପୂର୍ଣ୍ଣ ହୋଇ ରହିବା ସହ ଅଧିକା ଖାଦ୍ୟ ଖାଇହୁଏ ନାହିଁ ତେଣୁ ଓଜନ ମଧ୍ୟ ଅଧିକା ବଢି ନଥାଏ । ସେହିପରି ଭାବରେ ରାତିରେ ଶୋଇବା ଆଗରୁ ପାଣି ପିଇବା ଦ୍ଵାରା ଓଠ ଭଲ ରହିଥାଏ । ତେବେ ପାଣି ଠିକ୍ ପରିମାଣ ରେ ପିଇଲେ ହଜମ ମଧ୍ୟ ଠିକ୍ ଭାବରେ ହୋଇଥାଏ ।

Spread the love