ବାସ୍ତୁଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ପାଖରେ ଭୁଲରେ ବି ଏହି ୫ଟି ଜିନିଷ ରଖନ୍ତୁ ନାହିଁ,ନଚେତ୍ ଘରେ ଅଭାବ ଅନଟନା ଲାଗିରହିବ ଜାଣନ୍ତୁ କଣ କରିବେ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ। ହିନ୍ଦୁ ଧର୍ମର ତେତିଶ କୋଟି ଦେବତା ଏହି ତୁଳସୀ ଗଛରେ ବାସ କରିଥାନ୍ତି ବୋଲି କୁହାଯାଇ ଥାଏ। ଯେଉଁ ଘରେ ତୁଳସୀ ଗଛର ପୂଜା କରାଯାଏ ସେହି ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ। ଏହି ତୁଳସୀ ଗଛର ବିଶେଷ ମହତ୍ତ୍ଵ ରହିଥାଏ।ଘରେ ତୁଳସୀ ଗଛ ଥିଲେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦେଲେ ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ।ବିଷ୍ଣୁ ପୂଜାରେ ତୁଳସୀ ଗଛ ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଏକ ବିଶ୍ୱାସ ରହିଛି। କୁହାଯାଏ ଯେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ବିନା ଭୋଗ ଅର୍ପଣ କରାଯାଏ ନାହିଁ।ଘରେ ତୁଳସୀ ଗଛକୁ ସେହି ସ୍ଥାନରେ ରଖିବା ଉଚିତ, ଯେଉଁଠି ବାସ୍ତୁ ଦୋଷ ଥିବ। ଶନି ଓ ମଙ୍ଗଳ ପ୍ରଭାବ ଦୂର କରିବା ପାଇଁ ତୁଳସୀ ଗଛ ବହୁତ ଜରୁରୀ ହୋଇଥାଏ। ଧାର୍ମିକ ଭାବନା ଅନୁସାରେ ତୁଳସୀ ଗଛକୁ ଆମେ ମା ବୋଲି ମନିଥାଉ ପୂଜା କରିଥାଉ ସେଥି ପାଇଁ ଆମେ ତୁଳସୀ ଗଛକୁ ଆମ ଘରେ ସ୍ଥାପନା କରିଥାଉ। ଏବଂ ବୈଜ୍ଞାନିକ ମାନଙ୍କ ମତରେ ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ସେବନ କରିବା ଦ୍ୱାରା ମଣିଷ କେତକ ରୋଗରୁ ମୁକ୍ତ ପାଇଥାଏ। ସେଥି ପାଇଁ ପ୍ରତ୍ୟେକ ଘରେ ତୁଳସୀ ଗଛର ସ୍ଥାପନା କରିବା ଉଚିତ୍। ତେବେ ମାତା ତୁଳସୀ ଯଦି କାହା ଉପରେ କ୍ରୋଧିତ ହୁଅନ୍ତି ତେବେ ସେହି ମଣିଷର ବହୁତ ସମୟରେ ବିଭିନ୍ନ ଅନର୍ଥ ହୋଇଥାଏ। ପରିବାରରେ କଳହ ଲାଗି ରହିଥାଏ। ତେବେ ତୁଳସୀ ଗଛପାଖରେ ଭୁଲରେ ବି ଏହି ୫ଟି ଜିନିଷ ରଖନ୍ତୁ ନାହିଁ।ତେଣୁ ଆଜି ଆପଣ ମାନଙ୍କୁ ସେହି ୫ଟି ସତର୍କ ସୂଚନା ବିଷୟରେ କହିବୁ।

୧. ତୁଳସୀ ଚଉରା ପାଖରେ କପଡା ଶୁଖିବା ଉଚିତ୍ ହୋଇ ନଥାଏ।ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିଥାଏ। ଏବଂ ଏଥି ନିମନ୍ତେ ଘରର ବିଭିନ୍ନ ଅସୁବିଧା ଦେଖା ଯାଇଥାଏ।

୨. ତୁଳସୀ ଚଉରା ମୂଳରେ ଯଦି ଅପରିଷ୍କାର ହୋଇଥାଏ ତେବେ ଘରେ ଅଭାବ ଦେଖା ଯାଇଥାଏ। ମାତା ଲକ୍ଷ୍ମୀ ବହୁତ କ୍ରୋଧିତ ହେବା ସହ ଘରୁ ଚାଲି ଯାଇଥାନ୍ତି।

୩. ତୁଳସୀ ଗଛ ପାଖରେ କେବେବି ଭଗବାନ ଗଣେଶଙ୍କ ମୂର୍ତ୍ତି କି ଫୋଟ ରଖନ୍ତୁ ନାହିଁ ଏହା ଉଚିତ୍ ହୋଇ ନଥାଏ। ଏହା ଦ୍ୱାରା ଘରେ ସର୍ବଦା ଝଗଡା ଲାଗି ରହିଥାଏ।

୪. ଭୁଲ ରେ ବି ତୁଳସୀ ଗଛ ଆଖ ପାଖରେ ଜୋତା ଚପଲ୍ ରଖନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ।

୫.ତୁଳସୀ ଗଛ ନିକଟରେ ଭୁଲରେ ବି ଶିବ ଲିଙ୍ଗ ରଖନ୍ତୁ ନାହିଁ। ଏହା ଦ୍ୱାରା ଘୋର ଅନର୍ଥ ମାଡ଼ିଆସେ। ଭଗବାନ ଶଙ୍କର ମଧ୍ୟ ଖୁବ୍ କ୍ରୋଧିତ ହୋଇଥାନ୍ତି।

Spread the love