ବିଇଓଙ୍କ ଆତ୍ମହତ୍ୟା ଧମକ, ବଦଳି ହୋଇ ଆସିବା ପରେ ଦାୟିତ୍ବ ଦେଉନଥିବା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ BEOଙ୍କ ଆତ୍ମହତ୍ୟା ଧମକ l ବଦଳି ହୋଇ ବଲାଙ୍ଗିର ଜିଲ୍ଲାକୁ ଆସିବା ପରେ ଦାୟିତ୍ବ ଦେଉନଥିବାରୁ ତିନିମାସ ହେଲା ବିଇଓ ହଟହଟା ହେଉଛନ୍ତି l ଦେବଗଡ଼ ଜିଲ୍ଲା ରିଆମାଲ ରୁ ବଦଳି ହୋଇ ରଂଜିତ ଭୋଇ ବଲାଙ୍ଗିର ଆସିଛନ୍ତି  l ତାଙ୍କୁ କାମରେ ଯୋଗ ଦେବାର ତିନିମାସ ବିତିଥିଲେ ବି ଦାୟିତ୍ୱ ଦିଆ ଯାଇନାହିଁ  l ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ଆତ୍ମହତ୍ୟା ଧମକ ଦେଲେଛନ୍ତି ବିଇଓ ରଞ୍ଜୀତ ଭୋଇ l ବଲାଙ୍ଗିର ଟାଉନ ପୋଲିସ ପହଂଚି BEO ରଂଜିତ ଭୋଇଙ୍କୁ ବୁଝାସୁଝା କରିଛି l

Spread the love