ବିଜୁଳି ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ମେଗା ପ୍ଲାନ ପ୍ରସ୍ତୁତ

ବିଜୁଳି ଚୋରି ରୋକି ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ନରେନ୍ଦ୍ର ମୋଦୀ ସରକାର ଯୋଜନା କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ମୋଦୀ ସରକାର ୩ ସ୍ତରୀୟ  ଯୋଜନାରେ ସଚ୍ଚୋଟ ବିଜୁଳି ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଜୁଳି ଉପଲବ୍ଧ କରାଇବେ। ଅନ୍ୟ ପଟେ ବିଜୁଳି ଚୋରି ରୋକିବା ପାଇଁ କେବୁଲ ମାଟି ତଳେ ବିଛାଯାଇ ବିଦ୍ୟୁତ୍ ସଂଯୋଗ ଦିଆଯିବ। ଏହା ସହିତ ପୂରା ଦେଶରେ ଏବେ ସ୍ମାର୍ଟ ମିଟର ଲାଗିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶକ୍ତି ମନ୍ତ୍ରୀ ଆରକେ ସିଂହ  ସିଏନବିସି ଆଓ୍ଵାଜ ସହିତ ହୋଇଥିବା ବିଶେଷ ଆଲୋଚନାରେ କହିଛନ୍ତି ଯେ, ଦିନରେ ତିନି ପ୍ରକାରର ପାଓ୍ଵର ଟାରିଫ ହୋଇପାରେ। ସକାଳ, ଅପରାହ୍ନରେ ଏବଂ ସନ୍ଧ୍ୟାରେ ଭିନ୍ନ ଭିନ୍ନ ପ୍ରକାରର ଦର  ହେବ।  ରାତିରେ ବିଜୁଳି ଦର ଏବେ ଯେତିକି ଅଛି ସେଥିରୁ ଅଧିକ ହେବ ନାହିଁ।

ବିଜୁଳି ଚୋରି ରୋକିବାକୁ ଯୋଜନା

ବିଜୁଳି କମ୍ପାନୀଙ୍କ ଅବସ୍ଥାରେ ସୁଧାରିବା ଏବଂ ୨୪ ଘଣ୍ଟା ବିଜୁଳି ଯୋଗାଣକୁ ନେଇ ମୋଦୀ ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଆଧାରରେ ସରକାର ସ୍ମାର୍ଟ ମିଟର ଲଗାଇବା ଯୋଜନାକୁ ଗତିଶିଳ କରାଇବେ। ଏହା ବ୍ୟତୀତ  ଯେଉଁ ଇଲାକାରେ ସବୁଠୁ ଅଧିକ ବିଜୁଳି ଚୋରି ହେଉଛି, ସେହି ଇଲାକାରେ ତଥ୍ୟ ପ୍ରସ୍ତୁତ କରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେବେ। ସର୍ବମୋଟ୍ କେନ୍ଦ୍ର ସରକାରଙ୍କ ଫୋକସ୍ ବିଜୁଳି କମ୍ପାନୀଙ୍କ ଅବସ୍ଥାରେ ସୁଧାର ଆଣିବା ଉପରେ ରହିବ।

ବିଜୁଳି ଯୋଗାଣ ଠିକ୍ ନହେଲେ ରଦ୍ଦ ହେବ ଲାଇସେନ୍ସ

ଆରକେ ସିଂହଙ୍କ କହିବା କଥା ଯଦି କୌଣସି ଅଞ୍ଚଳରେ ଯେତିକି ଉପଭୋକ୍ତା ଅଛନ୍ତି, ସେମାନଙ୍କୁ ଠିକରେ ବିଜୁଳି ଉପଲବ୍ଧ ନକରାଇଲେ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯିବ। ଏହା ବ୍ୟତୀତ ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫର୍ମର ନଲଗାଇଲେ ଜୋରିମାନା ଲଗାଯିବ ଏବଂ ଉକ୍ତ ଟଙ୍କା ଉପଭୋକ୍ତାଙ୍କ ଖାତାକୁ ଯିବ।

Spread the love