ବିଜେଡିକୁ ଲୋକେ ଉଚିତ୍ ଜବାବ ଦେବେ: ବିଜେପି

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଲୋକମାନେ ଚଳିତ ନିର୍ବାଚନରେ ବିଜେଡିକୁ ଏହାର ଉଚିତ୍ ଜବାବ ଦେବେ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଥମ ଦାଗୀ। ନବୀନ ନିବାସ ଭିତରେ ସରୋଜ ସାହୁ କିଏ ଓ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।

ଚିଟଫଣ୍ଡ ଦାଗୀ ନେତାଙ୍କୁ ଟିକେଟ ମିଳୁନାହିଁ ବୋଲି ବିଜେଡି କହି ଏକ ନୂଆ ଡ୍ରାମା କରୁଛି। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ରଵୀନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପ୍ରଣବ ବଳବନ୍ତରାୟ, ଦେବୀପ୍ରସାଦ ମିଶ୍ର, ସୂର୍ଯ୍ୟ ପାତ୍ରଙ୍କ ନାଁରେ ଚିଟଫଣ୍ଡ ଅଭିଯୋଗ ରହିଛି।

ବହୁ ପରିଶ୍ରମ କରି ନିଜର ସଞ୍ଚିତ ଅର୍ଥ ଚିଟଫଣ୍ଡରେ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଶୋଷଣ କରିବା ଓ ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଯୋଗାଇବା ହେଉଛି ବିଜେଡିର ନୀତି।

Spread the love