ବିଜେଡ଼ି ଛାଡ଼ିଲେ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

ସୋମବାର ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡ଼ି ଛାଡ଼ିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା ପଦରୁ ବି ଇସ୍ତଫା ଦେଖିଥିବା ଜାଣିବାକୁ ମିଳିଛି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

2009ରୁ ମୟୁରଭଞ୍ଜ ଜିଲ୍ଲା ମୋରଡାରୁ ବିଧାୟକ ଥିବା ମୟୁରଭଞ୍ଜ ରାଜା ଶ୍ରୀ ଭଞ୍ଜଦେଓ ତାଙ୍କ ଇସ୍ତଫାର କାରଣ ଜଣାଇ ନାହାନ୍ତି। ସୂତ୍ର ଅନୁସାରେ ବିଜେପିରୁ 2014ରେ ମୋରଡାରୁ  ପ୍ରାର୍ଥୀ ହୋଇଥିବା ରାଜକିଶୋର ଦାସଙ୍କ ବିଜୁ ଜନତା ଦଳରେ ଯୋଗଦାନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏଥିସହ ତାଙ୍କୁ ଦଳ ପୁଣି ଥରେ ମୋରଡ଼ାରୁ ପ୍ରାର୍ଥୀ କରୁ ନ ଥିବା ଚର୍ଚ୍ଚା ହେବା ପରେ ସେ ଇସ୍ତଫା ଦେଇଥିବା ଆଲୋଚନା ହେଉଛି।

Spread the love