ବିଜୟ ଲାଗି ଷ୍ଟାଲିନ୍‌ଙ୍କୁ ଟ୍ୱିଟ୍‌ରେ ଶୁଭେଚ୍ଛା ଜଣାଇଲେ ରାହୁଲ, କହିଲେ ପରିବର୍ତ୍ତନ ସପକ୍ଷରେ ମିଳିଛି ଜନାଦେଶ

ନୂଆଦିଲ୍ଲୀ ୨।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଦ୍ରାବିଡ଼ ମୁନିତ୍ର କଜଗମ୍‌ (ଡିଏମକେ) ବହୁମତରେ ଜିତୁଥିବା ଦେଖାଯାଉଛି। ଏଠାରେ ଶାସକ ଏଆଇଡିଏମକେ ବିରୋଧରେ ଡିଏମକେ ନିର୍ବାଚନ ଲଢୁଥିଲା। କଂଗ୍ରେସ ସହ ମେଣ୍ଟ କରିଲଢିଥିବା ଡିଏମକେ ଏବେ ବିଜୟୀ ହେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଡିଏମକେ ନେତା ଏମ.କେ.ଷ୍ଟା ଲିନ୍‌ଙ୍କୁ ଦଳର ବିଜୟ ଲାଗି ଅଭିନନ୍ଦନ ଜଣାଇଛନ୍ତି।ଏଆଇଡିଏମକେ ରାଜ୍ୟରେ ବିଜେପିସହ ମେଣ୍ଟ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଣ୍ଟ ଲାଗି ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଲୋକେ ଡିଏମକେ-କଂଗ୍ରେସକୁ ପରିବର୍ତ୍ତନ ଲାଗି ଭୋଟ ଦେଇଥିବା ରାହୁଲ ତାଙ୍କ ଟ୍ୱିଟ୍‌ରେ ଷ୍ଟାଲିନଙ୍କୁ କହିଛନ୍ତି। ଏଣୁ ଆପଣଙ୍କ ନେତୃତ୍ୱରେ ଏ ଦିଗରେ ଆଶ୍ୱସ୍ତିର ସହ ଅଗ୍ରସର ହୋଇପାରିବୁ ବୋଲି ରାହୁଲ ଉଲ୍ଲେଖ କରିବା ସହ ତାଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି।

ଜୟ ଲଳିତାଙ୍କ ଏଆଇଡିଏମକେକୁ ଇ.ପିଲାନୀ ସ୍ୱାମୀ ନେତୃତ୍ୱ କରୁଥିଲେ। ଦଳ ଚଳିତ ନିର୍ବାଚନରେ କେନ୍ଦ୍ରରେ ଶାସକ ବିଜେପି ସହ ମେଣ୍ଟ କରି ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ନିର୍ବାଚନ ଇସ୍ତାହାରରେ ଉପଯୋଗ କରିଥିଲା। ନିର୍ବାଚନରେ ବିଜେପି ମଧ୍ୟ ନିଜର ବେଶ୍ ଶକ୍ତି ପ୍ରଦର୍ଶନ କରିଛି। ହେଲେ ବିଜେପିକୁ ସେପରି କୌଣସି ଫଳାଫଳ ପ୍ରାପ୍ତ ହୋଇ ନାହିଁ।  

Spread the love