ବିଦେଶରେ ଅମିତାଭଙ୍କୁ ଅପମାନ, କହିଲେ ଏହାକୁ କେବେ ଭୁଲି ହେବ ନାହିଁ

ଅମିତାଭ ବଚ୍ଚନ ନିକଟରେ U19 କ୍ରିକେଟ୍ ୱାର୍ଲଡ କପରେ ଟିମ୍ ଇଣ୍ଡିଆ ଜିତିବା ପରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି । ଏହି ବିଜୟରେ ସେ ଦେଶକୁ ନମ୍ବର ୧ ବୋଲି କହିଛନ୍ତି । ଏଥିସହିତ ଏକ ଘଟଣା ସମ୍ପର୍କରେ ମଧ୍ୟ କହିଛନ୍ତି ।

ଅମିତାଭ ବଚ୍ଚନ ଲାଟେଷ୍ଟ ବ୍ଲଗ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁରୁଣା ସ୍ମୃତିକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ତାଙ୍କୁ ଏକ ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଅଭିତାଭ ବଚ୍ଚନ କୌଣସି ଦେଶର ନାଁ ଏଠାରେ ନେଇନାହାଁନ୍ତି । ଏହାରି ମଧ୍ୟରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ହୋଇଥିବା ଏକ ଘଟଣା ସମ୍ପର୍କରେ କହିଛନ୍ତି । ଯାହା ତାଙ୍କ ପାଇଁ ବହୁତ ଦୁଃଖଦାୟକ ଥିଲା ।

ଏଥିସହ ଅମିତାଭ ତାଙ୍କ ବ୍ଲଗରେ କହିଛନ୍ତି ଯେ, ‘ମୁଁ ଫ୍ଲାଇଟରେ ଯିବା ସମୟରେ ଖବରକାଗଜରେ ଦେଖିଲି ମୋ ଫିଲ୍ମର ଏକ ଫଟୋ ଥିଲା । ହଠାତ୍ ସେହି ଭାଷା ବୁଝିପାରିନଥିଲି । ପରେ ମୁଁ ଜଣେ ଏୟାରହଷ୍ଟେସକୁ କେଉଁ ଭାଷା ଏବଂ କକ୍’ଣ ଲେଖାଯାଇଛି ବୋଲି ପଚାରିଥିଲି । ଏୟାର ହୋଷ୍ଟେସ ମୋତେ କହିଲେ ଯେ ଏହା ଏକ ଭାରତୀୟ ଫିଲ୍ମର ପୋଷ୍ଟର ଏବଂ ଖବରକାଗଜ ଫିଲ୍ମର ଅଭିନେତାଙ୍କ ଭାରତ ଆସିବା ବିଷୟରେ ଖବର ପ୍ରକାଶ କରିଥିଲା । ମୁଁ ବିମାନବନ୍ଦରରେ ପହଞ୍ଚି ବାହାରକୁ ଆସିବା ମାତ୍ରେ ଲୋକମାନେ ମୋତେ ଘେରିଗଲେ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଭିଡ଼ ଏତେ ଥିଲା ଯେ ମୁଁ ଚାଲିକି ଯିବା ସମ୍ଭବ ନଥିଲା । ପୋଲିସ ମୋତେ ଫ୍ଲାଇଟରୁ ବାହାର କରିବାରେ ସାହାଯ୍ୟ କଲା ଏବଂ ସିଧା ହୋଟେଲକୁ ନେଇଗଲା ।”

ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଜର୍ଣ୍ଣାଲିଷ୍ଟଙ୍କ ଆର୍ଟିକିଲ ଲେଖା ତାଙ୍କୁ ବିଚଳିତ କରିଦେଇଥିଲା । ଥାର୍ଡ ୱାର୍ଲଡ କଣ୍ଟ୍ରିର ଏହି ଥାର୍ଡ ରେଟେଡ୍ ଅଭିନେତାଙ୍କୁ ଏତେ ଧ୍ୟାନ କାହିଁକି ଦିଆଯାଉଛି ବୋଲି ସେଥିରେ ଲେଖାଯାଇଥିଲା । ଯାହାର ଉତ୍ତରରେ ବ୍ୟକ୍ତିଗତ ସମାଲୋଚନାରେ ମୋର କୌଣସି ସମସ୍ୟା ନାହିଁ ବୋଲି ଅମିତାଭ କହିଥିଲେ । ଏପରି କଥା ମତେ ଗଭୀର ଦୁଃଖ ଦେଇଥିଲା ।

ସେ ଆହୁରି ଲେଖିଛନ୍ତି, “ମୁଁ ଆଜି ପୁଣି ଥରେ ସ୍ପଷ୍ଟ ଭାବରେ କହୁଛି U19 କ୍ରିକେଟରେ ଭାରତ ହେଉଛି ବିଶ୍ୱ ବିଜେତା । ଏଥିରେ ଦୃଷ୍ଟିହୀନ, ମହିଳା, ପୁରୁଷ ସମସ୍ତେ ବିଶ୍ୱ ବିଜେତା । ଆମେ ଏକ ନମ୍ବର । ବିଶ୍ୱରେ ଏକ ନମ୍ବର । ଆମେ ଆଉ ତୃତୀୟ ବିଶ୍ୱ ଦେଶ ନୁହେଁ । ଆମେ ଏକ ପ୍ରଥମ ବିଶ୍ୱ ଦେଶ ।”

Spread the love