ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ଜବତ, ୫ ଗିରଫ

ନୟାଗଡ : ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ଜବତ । ୫ ଗିରଫ ।  ବେଆଇନ ଗୁଟଖା ରଖିବା ଅଭିଯୋଗରେ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ।  ଇଟାମାଟି ଥାନା ଖୁଣ୍ଟୁବନ୍ଧ ଗାଁର କମଳ ସାହୁ ଘରେ ଚଢ଼ାଉ କରିଥିଳା ପୋଲିସ ।  କମଳଙ୍କ ଘରୁ ୨ଲକ୍ଷ ୫0ହଜାର ଟଙ୍କାର ଗୁଟଖା ଜବତ କରିଛି ପୋଲିସ ।  ଘଟଣାରେ କମଳ ସାହୁ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।  ସେହିପରି ସଦରଥାନା ବାଲୁଗାଁ ଗୋବିନ୍ଦ ସାହୁଙ୍କ ଘରେ ରେଡ କରାଯାଇ ୧ଲକ୍ଷ ଟଙ୍କାର ଗୁଟଖା ଓ ପାନ ମସଲା ଜବତ କରାଯାଇଛି ।  ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Spread the love