ବିଷାକ୍ତ ମଦ ପିଇ ୨ ମୃତ

ହିନ୍ଦୋଳ :  ବିଷାକ୍ତ ମଦ ନେଲା ଦୁଇ ଜୀବନ ।  ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ।  ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ବଂପା ଗାଁରେ  ଘଟିଛି  ଏଭଳି ଅଘଟଣ । ମୃତକ ଦୁଇଜଣ ହେଲେ ଵଂପା ଗାଁର ପ୍ରଫୁଲ୍ଲ ସାମଲ  ଏବଂ  ମିଲୁ ସାମଲ । ଗୁରୁତର ସୁଶାନ୍ତ ମାଝୀ  ଏବେ ଢ଼େଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ନିଶା ଯୋଗୁଁ  ଅନେକ ପରିବାର ଉଜୁଡିବା ଦେଖିବାକୁ ମିଳୁଛି । ଗାଁ ଠାରୁ ସହର ଯାଏ ସବୁଠି ନିଶାଦ୍ରବ୍ୟ  ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଏହିଭଳି ଅଘଟଣ ଘଟି ଚାଲିଛି ।

Spread the love