ବିଷ ଛାଡ଼ନ୍ତୁ, ପିଅନ୍ତୁ ଏହି ଅମୃତ

ଆମେ କଦଳୀ ତ ସବୁବେଳେ ଖାଉଛେ କିନ୍ତୁ କଦଳୀ ମଞ୍ଜା କ୍ୱଚିତ୍ ଖାଉଛୁ। ଭାରତରେ ଯଦିଓ କଦଳୀ ମଂଜାକୁ ପରିବା ଆକାରରେ ଖିଆଯାଏ ତେବେ ବହୁତ୍ କମ୍ ଲୋକ ମଂଜାର ଜୁସ୍ ପିଇଥା’ନ୍ତି। କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇଲେ ଆପଣ ସର୍ବଦା ନିରୋଗ ରହିବେ । ଏହା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଷତୁଲ୍ୟ ମୃଦୁ ପାନୀୟକୁ ଇଜ୍ଜତ ଦେଇ ପିଇବା ବଦଳରେ ଏହି ଦେଶୀ ଅମୃତକୁ ପିଇଲେ କେତେ ଯେ ଉପକାର ମିଳିବ ତାହା ବ୍ୟବହାର ପରେ ହିଁ ଅନୁଭବ କରିହେବ।

ଆସନ୍ତୁ ବିସ୍ତୁତ ଭାବେ ଜାଣିବା ଏହାର ସୁଫଳ ବିଷୟରେ

୧. ରକ୍ତ ଚାପ ନିୟନ୍ତ୍ରଣରେ ରହେ
*ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଅଛି , ସେମାନେ କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଅନ୍ତୁ। ଏହା ଦ୍ୱାରା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣରେ ରହେ।

୨. ରକ୍ତରେ ହିମୋଗ୍ଲୋବିନ୍ ମାତ୍ରା ବଢ଼ାଏ

କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସରେ ଆଇରନ୍ ଓ ଭିଟାମିନ୍ B6 ଭରପୁର ମାତ୍ରାରେ ଥାଏ । ଏହା ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ବୃଦ୍ଧିରେ ସାହାଯ୍ୟ କରେ ।

୪. ରକ୍ତ ଶର୍କରା ନିୟନ୍ତ୍ରଣ କରେ

ଅନେକ ଲୋକଙ୍କର ଡାଇବେଟିସ୍ ସମସ୍ୟା ରହିଥାଏ। କଦଳୀ ମଞ୍ଜା ଜୁସ୍ ପିଇଲେ ଏହା ଶରୀରର ଇନସୁଲିନ୍ ଲେବଲ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଡାଇବେଟିସ ରୋଗୀଙ୍କର ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ ।
ଅନେକ ଲୋକ ଏସିଡିଟି ସମସ୍ୟା ଦ୍ୱାରା ପୀଡ଼ିତ ହୋଇଥାନ୍ତି। କଦଳୀ ମଞ୍ଜା ଜୁସ୍ ପିଇବା ଦ୍ୱାରା ଛାତି ଜଳାପୋଡାରୁ ଆରାମ ଦିଏ । ଏହା ପେଟରେ ଏସିଡିଟି ହେବାକୁ ଦିଏ ନାହିଁ ।

୬. ମେଦବହୁଳତା ହ୍ରାସ କରେ
*ଆଜିକାଲି ସମସ୍ତେ ଫିଟ୍ ରହିବା ସହ ପତଳା ହେବାକୁ ଭଲ ପାଆନ୍ତି । ଏଥିପାଇଁ ବଜାରରେ ମିଳୁଥିବା ବଡି ଫ୍ୟାଟ୍ କମ୍ କରିବା ଔଷଧ ଖାଇଥାନ୍ତି । କଦଳୀ ମଞ୍ଜା ଜୁସରେ ଅଳ୍ପ ଅଦା ରସ ପକାନ୍ତୁ । ଏହା ପେଟର ମେଦ ବହୁଳତା କମାଇବା ସହ ଶରୀରକୁ ଫିଟ୍ ରଖିବ।

୭. ହଜମ ଶକ୍ତି ବଢ଼ାଏ
*ଅନେକଙ୍କର ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ତେଣୁ ମଞ୍ଜାର ଜୁସ୍ ପିଇଲେ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ।

୮. କିଡନୀ ଷ୍ଟୋନ୍ ହେବାକୁ ଦିଏ ନାହିଁ
*କଦଳୀ ମଞ୍ଜା ଜୁସ୍ ସହ ଲେମ୍ବୁ ରସ ମିଶାଇ ପିଅନ୍ତୁ । ମଞ୍ଜାରେ ଥିବା ପୋଟାସିୟମ୍ ଓ ସାଇଟ୍ରିକ୍ ଏସିଡ୍ କିଡନୀରେ ଷ୍ଟୋନ୍ ହେବାକୁ ଦିଏନାହିଁ ।

୯. ଓଜନ ନିୟନ୍ତ୍ରଣ କରେ

ଏହା ଶରୀରର ଓଜନ ନିୟନ୍ତ୍ରଣ କରିବା ସହ ପେଟର ଫ୍ୟାଟ୍ କମାଇଥାଏ । ପ୍ରତିଦିନ କଦଳୀ ମଞ୍ଜା ଜୁସ୍ ପିଇବା ଦ୍ୱରା ଶରୀର ର ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହେ ।

ମଂଜା ରସ ପିଇବ ଦ୍ୱାରା ମୂତ୍ରନଳୀ ସଂକ୍ରମଣ ଜନିତ ରୋଗରୁ ଉପଶମ ମିଳିଥାଏ । ବିଶେଷ କରି ସ୍ତ୍ରୀ ଲୋକମାନେ ଏହାର ଶିକାର ହୋଇଥାନ୍ତି । ମହିଳାମାନ ଏହାକୁ ନିୟମିତ ବ୍ୟବଧାନରେ ସେବନ କରିବା ଦରକାର । ଯେଉଁ ମାନଙ୍କର ମୂତ୍ର ଜନିତ ସମସ୍ୟା ଥାଏ, ସେମାନେ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇବା ଦ୍ୱାରା ମୂତ୍ର ଆକାରରେ ଶରୀରରୁ ଅନାବଶ୍ୟକ ତତ୍ତ୍ୱ (Toxin) ବାହାରିଯାଏ ।
।ସପ୍ତାହରେ ୩ ଥର ଏହାକୁ ପିଇବା ଦ୍ୱାରା ମୂତ୍ର ସଂକ୍ରମଣ ମଧ୍ୟ ହୋଇ ନଥାଏ

କେମିତି ପ୍ରସ୍ତୁତ କରିବେ ମଂଜା ରସ
।ମଂଜାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାକୁ ଗ୍ରାଇଣ୍ଡିଙ୍ଗ ନକରି ହ୍ୟାଣ୍ଡ ଜୁଇସରରେ ଏହାର ରସ ବାହାର କରନ୍ତୁ ।

Spread the love