ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଜେଲ ଗଲା ଛାତ୍ର ।  ଅଭିଯୁକ୍ତକୁ ଗିରଫ କରି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି ପୋଲିସ ।  ଅଭିଯୋଗ ଅନୁସାରେ ଭିସୁଟର ଜଣେ ଛାତ୍ରୀଙ୍କୁ ଜଣେ ଶେଷ ବର୍ଷର ଛାତ୍ର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।  ବିଟେକ ଶେଷ ବର୍ଷ ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ଜଣେ ଛାତ୍ର ସମସ୍ତଙ୍କ ସମ୍ମୁଖରେ କ୍ଯାମ୍ପସ ବାହାରେ ମାଡ଼ ମାରିଥିଲେ ।

ଯାହାକୁ ନେଇ ଛାତ୍ରୀ ଜଣକ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରିଥିଲେ ।  ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଛାତ୍ର ରହୁଥିବା ଭଡ଼ା ଘରକୁ ଯାଇଥିଲେ ।  ସେଠାରେ ଉଭୟଙ୍କ ମଧ୍ଯରେ ଝଗଡା ହୋଇଥିଲା ।  ପରେ ଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ସଂପୃକ୍ତ ଛାତ୍ର ।  ପୂର୍ବରୁ ବିଶୃଙ୍ଖଳା ପାଇଁ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା ।

Spread the love