ବେଆଇନ ବାଲି ଓ ଇଟା ଗଦା ଉପରେ ଚଢ଼ାଉ, ମାଡି ବସିଲେ ତହସିଲଦାର

ବଲାଙ୍ଗିର: ବେଆଇନ ମାଟି ଉତ୍ତୋଳନ ସହ ବେଆଇନ ବାଲି ଓ ଇଟା ଗଦା ଉପରେ ଚଢ଼ାଉ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତହସିଲ ପାଟଣାଗଡ଼ ଯୋଗିମୁଣ୍ଡା ମୁଖ୍ୟରାସ୍ତା ନେହେନାବନ୍ଧ ଛକ ନିକଟରେ ରାସ୍ତା କଡରେ ଏକ ବିଶାଳ ଖାଲଜାଗାକୁ ମାଟି ପୂରଣ କରାଯାଇଥିଲା । ତହସିଲଦାରଙ୍କ ନିକଟରୁ ଅତି କମ୍ ଅନୁମତି ନେଇ ଅଧିକ ମାଟି ପୂରଣ କରାଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ତହସିଲଦାର ତାଙ୍କ ଟିମ ସହ ଚଢ଼ାଉ କରିଥିଲେ । ଚଡାହୁବେଳେ ଅନୁମତିଠାରୁ ଅଧିକ ମାଟି ଉତ୍ତୋଳନ ସହିତ ବିପୁଳ ପରିମାଣରେ ବାଲି ଓ ଇଟା ଗଦାହୋଇଥିବା ଦେଖିବାକୁ ପାଇଥିଲେ ।

ବେଆଇନ ଭାବରେ ଉତ୍ତୋଳନ କରାଯାଇଥିବା ମାଟି ସହିତ ଗଦା ହୋଇଥିବା ବାଲି, ଗେଠି ଓ ଇଟାର ଆନୁମାନିକ ଜୋରିମାନା ପ୍ରାୟ ଲକ୍ଷାଧିକ ଟଙ୍କା ହେବ, ଖଣି ବିଭାଗ ସହିତ ଆକଳନ ପରେ ପ୍ରକୃତ ଜୋରିମାନା ଜଣା ପଡିବ ବୋଲି କହିଛନ୍ତି ତହସିଲଦାର । ଘଟଣାସ୍ଥଳରେ ତହସିଲଦାରଙ୍କ ଟିମ ସହ ପାଟଣାଗଡ଼ ପୋଲିସ ଉପସ୍ଥିତ ଥିବାବେଳେ ଜମିମାଲିକ ରାଜେନ୍ଦ୍ର ବେହେରା ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ ।

Spread the love