ବ୍ରାହ୍ମଣୀ ନଦୀ ବିଜ୍ର ତଳକୁ ଖସିପଡିଲା ଟ୍ରକ୍‌, ତା ପରେ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତକୀୟ ରାଜପଥର ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ବିଜ୍ରରେ ଦୁର୍ଘଟଣା ଘଟିଛି। ବ୍ରିଜ୍ ତଳକୁ ଏକ ଟ୍ରକ ଖସି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣକ ହେଉଛନ୍ତି ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର।

ସୂଚନା ଅନୁସାରେ, ଆଇରନ ବୋଝେଇ ଟ୍ରକଟି କେନ୍ଦୁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା। ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରେ ଟ୍ରକର ଆଗ ଚକା ଫାଟି ଯାଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡିଥିଲା। ଘଟଣା ସ୍ଥଳରେ ଟ୍ରକ ଭିତରେ ଡ୍ରାଇଭର ଜଣକ ଚାପି ହୋଇ ମୃତ୍ୟୁ ହୋଇଛି।

ସେପଟେ ତାଳଚେର ଅଗ୍ନିଶମ ବାହୀନୀ ଓ ସ୍ଥାନୀୟ ଠିକାସଂସ୍ଥାର ଏକ ମେସିନ ସାହାଯ୍ୟରେ ମୃତଦେହକୁ ଟ୍ରକ ଭିତରୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣା ପରେ କିଛି ସମୟ ଧରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା।

Spread the love