ବ୍ୟାଙ୍କରେ 10,000ରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ଆଜି ହେଉଛି 1/1/22ନୂଆବର୍ଷ । ନୂଆ ବର୍ଷ ଆରମ୍ଭ ସହିତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଗ୍ରାହକମାନଙ୍କୁ ଶକ୍ତ ଝଟକା ଲାଗିଛି । ଆଜିଠାରୁ ଏହି ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ଏକ ଲିମିଟରୁ କ୍ୟାସ withdra ଓ depositକରିବା ଉପରେ ଚାର୍ଜ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଆଇପିପିବିରେ ୩ଟି ପ୍ରକାରର saving account ଖୋଲାଯାଉଛି ।

ଏହି ବ୍ୟାଙ୍କରେ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, Basic  Saving Accountରେ ପ୍ରତି ମାସରେ ୪ ଥର କ୍ୟାସ ଉଠାଇବା ମାଗଣା । କିନ୍ତୁ ଆଜିଠାରୁ ପ୍ରତିଥର ଉଠାଇବା ଉପରେ ଗ୍ରାହକଙ୍କୁ ୨୫ ପଇସା ଦେବାକୁ ପଡିବ । Saving Accountରେ  ଟଙ୍କା ଜମା କରିବାରେ କୌଣସି ଚାର୍ଜ ଲାଗିବ ନାହିଁ ।

ଏହି ବ୍ୟାଙ୍କରେ Saving ଓ Current Accountରେ ମାସକୁ ୧୦ ହଜାର ଟଙ୍କା ଜମା କରିବା ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ବ୍ୟାଙ୍କ କହିଛି ଯେ, ଏହି ଲିମିଟରୁ ଅଧିକ ଡିପୋଜିଟ୍ କରିବା ବ୍ୟାଙ୍କ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । Basic Saving Account ବ୍ୟତୀତ ଅନ୍ୟ Saving ଓ Current Accountରୁ  ପ୍ରତି ମାସରେ ୨୫ ହଜାର ଟଙ୍କା କାଢ଼ିଲେ କୌଣସି ଚାର୍ଜ ଲାଗିବ ନାହିଁ । ଅନ୍ୟପଟେ ମାଗଣା ଲିମିଟ ପରେ ପ୍ରତିଥର ଟଙ୍କା ଉଠାଇଲେ ଅତି କମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ

Spread the love