ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ

ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ମମତା ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେପ୍ଟେମ୍ବର ୩୦ରେ ଭୋଟ୍ ହେବାକୁ ଥିବାବେଳେ ଅକ୍ଟୋବର ୩ରେ ଗଣତି ହେବ ।

ଭବାନୀପୁର ସହ ସେପ୍ଟେମ୍ବର ୩୦ରେ ଶମଶେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନରେ ମଧ୍ୟ ଭୋଟିଂ ହେବ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଆସନରେ ପୂର୍ବରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଟିଏମସି ଶମଶେରଗଞ୍ଜରେ ଅମିଋଲ ଇସଲାମଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଙ୍ଗିପୁରରେ ଜାକିର ହୁସେନଙ୍କୁ ଟିକେଟ୍ ଦେଇଛି । ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୩ । ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ । ମମତା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।

Spread the love