ଭାରତକୁ ସମାଲୋଚନା କଲେ ପିଟର ନଭାରୋ, ରୁଷରୁ ତେଲ କିଣିବା ନେଇ କହିଲେ ଏମିତି…

ୱାଶିଂଟନ୍ : ଆମେରିକା ହ୍ବାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ ପୁଣି ଥରେ ଭାରତକୁ ସମାଲୋଚନା କରିଛନ୍ତି । ନଭାରୋ ଏକ ସାକ୍ଷାତକାରରେ ଭାରତ ଏବଂ ଟାରିଫ ଉପରେ ପୁଣି ବିବୃତ୍ତି ଦେଇଛନ୍ତି । ନଭାରୋ ଦାବି କରିଛନ୍ତି ଯେ, ତାଙ୍କ ରଣନୀତି ଯୋଗୁଁ ଭାରତ ଆଲୋଚନା ଟେବୁଲକୁ ଆସୁଛି । ତେଲ କିଣିବା ପ୍ରସଙ୍ଗକୁ ନେଇ ଏକ ବିବୃତ୍ତି ଦେଇଛନ୍ତି ।

ସୂଚନାନୁଯାୟୀ, ନଭାରୋ କହିଛନ୍ତି ଯେ, “ଭାରତ ଆଲୋଚନା ଟେବୁଲକୁ ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ଦେଖାଇ ଟ୍ୱିଟ୍ କରିଛନ୍ତି । ଯାହାର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଦେଖାଯାଉ ଆଗକୁ କ’ଣ ହେଉଛି? କାରଣ ବ୍ୟବସାୟ ଚୁକ୍ତି ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ଭାରତର ଟାରିଫ ଯେକୌଣସି ବଡ଼ ଦେଶ ତୁଳନାରେ ସର୍ବାଧିକ । ଭାରତର ନନ୍ ଟାରିଫ୍ ପ୍ରତିବନ୍ଧକ ଖୁବ୍ ଅଧିକ । ଫଳରେ ଆମକୁ ଅନେକ ଜିନିଷ ଉପରେ କାମ କରିବାକୁ ପଡିଲା । ସେହିପରି ଭାବେ ପ୍ରତ୍ୟେକ ଦେଶ ସହ ଏହା କାର୍ଯ୍ୟ କରୁ ।’’ ଏହା ସହିତ ନାଭାରୋ କହିଛନ୍ତି ଯେ, ଟାରିଫ୍ ଲାଗିବା ସତ୍ତ୍ବେ ଭାରତ କୌଣସି ଭୟ ନକରି ତା’ର ପ୍ରଗତି ପଥରେ ଆଗକୁ ବଢି ଚାଲିଛି ।

ଅନ୍ୟପଟେ ନଭାରୋ କହିଛନ୍ତି ଯେ, ୨୦୨୨ ପୂର୍ବରୁ ଭାରତ ଏପରି କରିନଥିଲା । ୟୁକ୍ରନ୍ ଏବଂ ରୁଷର ଯୁଦ୍ଧ ପରେ ଭାରତ ଏପରି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ଯାହା ଦ୍ବାରା ଆମେରିକାକୁ କ୍ଷତି ସହିବାକୁ ପଡୁଛି । ଯାହା ଏକ ବଡ଼ ଚ୍ୟାଲେଞ୍ଜ । ଏହା ବ୍ୟତୀତ ଭାରତ-ଚୀନ ସହିତ ରୁଷର ମେଣ୍ଟକୁ ନାଭାରୋ ସମାଲୋଚନା କରିଛନ୍ତି । ସେ କହିଥିଲେ ଯେ, “ତା’ପରେ ସେମାନେ ସେହି ଟଙ୍କାକୁ ରୁଷୀୟ ତେଲ କିଣିବା ପାଇଁ ବ୍ୟବହାର କରନ୍ତି, ଏବଂ ତା’ପରେ ରୁଷୀୟମାନେ ଏଥିରୁ ଅସ୍ତ୍ରଶସ୍ତ୍ର କିଣନ୍ତି ଏବଂ ୟୁକ୍ରେନକୁ ସୁରକ୍ଷା ଦେବା ପାଇଁ ଆମକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।’

ଏହାରି ମଧ୍ୟରେ ଆମେରିକା-ଭାରତ ବାଣିଜ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆମେରିକା ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡନ ଲିଞ୍ଚ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ଆଗକୁ ନେବେ ।

Spread the love