ଭାରତରେ ୪୫ପ୍ରତିଶତ ଦମ୍ପତି ନିଜ ସାଥୀଙ୍କୁ ଦିଅନ୍ତି ଧୋକା,ବିବାହ ପରେ ମଧ୍ୟ ଅନ୍ୟତ୍ର ରଖନ୍ତି ସମ୍ପର୍କ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ନିକଟରେ ଏକ ରିସର୍ଚ୍ଚ ରୁ ଏହା ଜଣାପଡିଛି ଯେ ଭାରତରେ ଅନେକ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ବାହାରେ ସମ୍ପର୍କ ରଖି ଧୋକା ଦିଅନ୍ତି ଏତିକି ନୁହେଁ ଏହା ମଧ୍ୟ ଜଣା ପଡ଼ିଛି ଅନେକ ବିବାହିତା ମହିଳା ନିଜ ସ୍ୱାମୀଙ୍କ ବ୍ୟତୀତ ଅନ୍ୟତ୍ର ସମ୍ପର୍କ ରଖି ନିଜ ସ୍ୱାମୀଙ୍କୁ ଧୋକା ଦେଇଥାନ୍ତି। ସଂପର୍କ ଏକ ନିଆରା ଅନୁଭୂତି । ସୁନ୍ଦର ଜୀବନରେ ଉତ୍ତମ  ସଂପର୍କ ଜୀବନକୁ କରିଥାଏ ମଧୁର । ହେଲେ ବେଳେବେଳେ ମଣିଷ ଏହି ସଂପର୍କ ଗଢ଼ିବା ନିଶାରେ  ମନକୁ ବୁଝାଇବା ପାଇଁ ନୂଆ ସଂପର୍କ ଯୋଡେ । ନିଜର ପ୍ରିୟ ସାଥିକୁ ବି ଛଳନା କରେ । ତାହା କେତେଦୂର ଠିକ୍‌ କି ଭୂଲ  ତା ତ ଅଲଗା କଥା।

ହେଲେ ଏକ ସଦ୍ୟ ଏକ ସର୍ଭେ ଆଶ୍ଚର୍ଯ୍ୟଜନକ ସତ୍ୟ ଦେଇଛି । ଆଉ ଏଥିରୁ ଜଣା ପଡ଼ିଛି ଭାରତୀୟ ମହିଳା ସେମାନଙ୍କ ସାଥିଙ୍କୁ ଧୋକା ଦେବାରେ ଆଗରେ ।ପ୍ରତାରଣା ମାମଲାରେ ଭାରତୀୟ ମହିଳା ଆଗରେ । ୪୧ ପ୍ରତିଶତ ଏହା ମାନିଛନ୍ତି ଯେ ସେ ନିଜର ଜୀବନସାଥିଙ୍କ ବ୍ୟତୀତ ଅନ୍ୟ ସହ ଶାରୀରିକ ସମ୍ୱନ୍ଧରେ ଅଛନ୍ତି ।  ୨୬ ପ୍ରତିଶତ  ପୁରୁଷ ଏମିତି କରୁଥାନ୍ତି ।  ୫୩ ପ୍ରତିଶତ ବିବାହିତ ମହିଳା ଓ ୪୩ ପ୍ରତିଶତ ପୁରୁଷ  ବିବାହ ପୂର୍ବରୁ ତାଙ୍କର ଶାରୀରିକ ସମ୍ୱନ୍ଧ ରଖିଥିଲେ ବୋଲି କହିଛନ୍ତି।

ପାଖାପାଖି ୫୫ ପ୍ରତିଶତ ବିବାହିତ ଭାରତୀୟ ନିଜର ଜୀବନସାଥିଙ୍କୁ ଅତି କମ୍‌ରେ ନିଶ୍ଚୟ ଥରୁଟିଏ ଧୋକା ଦେଇଥାନ୍ତି। ଏହି ଖୁଲାସା ଭାରତର ପ୍ରଥମ ଏକ୍ସମେରିଟଲ ଡେଟିଂ ଆପ୍‌  ଗ୍ଲିଡେନ୍‌ରେ ହୋଇଛି । ଏହାର ଆଧାରରେ ଧୋକା ଦେବା ମାମଲାରେ ପୁରୁଷଙ୍କ ଅପେକ୍ଷା ସବୁଠୁ ଆଗରେ ଅଛନ୍ତି ମହିଳାମାନେ। ୫୬ ପ୍ରତିଶତ ମହିଳା ନିଜର ସାଥିଙ୍କୁ ଧୋକା ଦେବାର ସ୍ୱୀକାର କରିଛନ୍ତି । ୪୮ ପ୍ରତିଶତ ଭାରତୀୟ ଏହା ମାନନ୍ତି ଯେ, ଏକ ସମୟରେ ଦୁଇ ଜଣଙ୍କ ସହ ପ୍ରେମ ସମ୍ୱନ୍ଧ ରଖିବା ସମ୍ଭବ ଅଟେ । ଆଉ ୪୬ ପ୍ରତିଶତଙ୍କ ଅନୁସାରେ ଆପଣ ଯାହାକୁ ପ୍ରେମ କରୁଥିବେ ତାକୁ ଧୋକା ଦେଇ ପାରିବେ । ବୋଧେ ଏହି କାରଣରୁ ଭାରତୀୟଙ୍କୁ ଯେତେବେଳେ  ନିଜ ସାଥି ଅନ୍ୟ କାହା ସହ ସଂପର୍କରେ ଥାଆନ୍ତି ଜାଣନ୍ତି , ତାଙ୍କୁ ସହଜରେ କ୍ଷମା କରିଦିଅନ୍ତି।

୭ ପ୍ରତିଶତ ଭାରତୀୟ କିଛି ନଭାବି ନିଜର ସାଥିଙ୍କୁ କ୍ଷମା କରିଦିଅନ୍ତି ।ଆଉ ୪୦ ପ୍ରତିଶତ ଭାରତୀୟଙ୍କ ମନର ଅବସ୍ଥା ସାମାନ୍ୟ ହେବା ପରେ ସାଥିଙ୍କୁ କ୍ଷମା ଦିଅନ୍ତି ।  ଏହି ପ୍ରକାରରେ ୬୯ ପ୍ରତିଶତ ଚାହାନ୍ତି  କି  ତାଙ୍କର ସାଥି  ତାଙ୍କୁ  କ୍ଷମା କରିଦିଅନ୍ତୁ ।  ଏହି ସର୍ବେ ୨୫ ରୁ ୫୦ ବର୍ଷ ବୟସର ୧୫୨୫ ବ୍ୟକ୍ତିଙ୍କୁ ନେଉ କରାଯାଇଛି ।ଏହା ଦିଲ୍ଲୀ,ମୁମ୍ୱାଇ,ବେଙ୍ଗାଲୁରୁ,ଚେନ୍ନାଇ, ହାଇଦ୍ରାବାଦ,ପୁନେ,କୋଲକାତା ଓ ଅହମ୍ମଦାବାଦରେ ରହୁଥିବା ଲୋକଙ୍କୁ ନେଇ ହୋଇଛି ।ସର୍ଭେ ଅନୁସାରେ ଆଜି ବି ଭାରତରେ  ୯୦ ପ୍ରତିଶତ ବିବାହ ପରିବାର ଦ୍ୱାରା ସ୍ଥିର ହୋଇଥାଏ । କେବଳ ୫ ପ୍ରତିଶତ ପ୍ରେମ ବିବାହ ହୋଇହୁଏ । ସର୍ଭେରେ ୪୯ ପ୍ରତିଶତ ବିବାହିତ ଭାରତୀୟ ଏହି କଥାକୁ ସ୍ୱୀକାର କରିଛନ୍ତି କି ନିଜର ସାଥିଙ୍କ ବ୍ୟତୀତ ଅନ୍ୟ କାହା ସହ ସେମାନେ ଅନ୍ତରଙ୍ଗ ସଂପର୍କରେ ରହିଛନ୍ତି । ଆଉ ୧୦ ଜଣରୁ  ୫  ଜଣ ପ୍ରଥମରୁ କେଜୁଆଲ ସେ-କ୍ସରେ ଥାଆନ୍ତି ବୋଲି ଜଣାପଡ଼ିଛି।ତେବେ ଏକ ଅଧ୍ୟୟନ ଅନୁଯାୟୀ ୪୫% ବିବାହିତ ନିଜ ପାର୍ଟନର ଙ୍କୁ ଦେଇଥାନ୍ତି ଧୋକା।

Spread the love