ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ
ଆଜି ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଦଳ ୪୭୩ ରନର ବିଶାଳ ସ୍କୋର କରିପାରିଛି । ଦଳ ପକ୍ଷରୁ ୨ଟି ବ୍ୟାଟ୍ସମ୍ୟାନ ଶତକ ଓ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି । ଫଳରେ ଦଳ ଏବେ ୨୫୫ ରନରେ ଆଗୁଆ ରହିଛି । ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଅଶ୍ୱିନୀ ଓ କୁଲଦୀପଙ୍କ ସ୍ପିନର ଯାଦୁ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ୭୯ ରନ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନୀ ୪ ଓ କୁଲଦୀପ ଯାଦବ ୫ ୱିକେଟ ନେଇଥିଲେ ।