ଭାରତ ଉପରେ ଆତଙ୍କୀ ହମଲା କଲେ ପରିଣାମ ଭୋଗିବ ପାକିସ୍ତାନ, ଚେତାବନୀ ଦେଲା ଆମେରିକା

ପାକିସ୍ତାନକୁ ଚରଣ ବାଣୀ ଶୁଣାଇଛି ଆମେରିକା । ଆମେରିକା କହିଛି ପାକିସ୍ତାନ ଯଦି ଭାରତରେ ଆତଙ୍କୀ ହମଲା କରାଏ ତାହେଲେ ପାକିସ୍ତାନ ପରିଣାମ ଭୋଗିବ ।  ଆମେରିକା କହିଛି ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ ଦୀର୍ଘମିଆଦି, ପ୍ରମାଣଯୋଗ୍ୟ ଏବଂ ପୁଣିନଘଟିବା ଭଳି କାର୍ଯ୍ୟାନୁଷ୍ଠାନ ନେଉ। ଏହା ବ୍ୟତୀତ ପାକ୍‌କୁ ଆମେରିକା ଧମକାଇଛି, ପୁଣି ଏଭଳି ଘଟଣା ଘଟିଲେ ଭାରତ ପାଇଁ ’ଚରମ ସମସ୍ୟା’ ସୃଷ୍ଟି କରିବ। ହ୍ୱାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, “ଆମେ ଚାହୁଁଛୁ ପାକିସ୍ତାନ ଦୀର୍ଘସ୍ଥାୟୀ କାର୍ଯ୍ୟାନୁଷ୍ଠାନ ନେଉ। ବିଶେଷ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ଯେଭଳି ଉପତ୍ୟକାରେ କୌଣସି ଅଘଟଣ ନ ଘଟାନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉ।” ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, “ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପୁଣି ଆତଙ୍କବାଦୀ ହମ୍‌ଲା ହୁଏ ଏହା ପାକିସ୍ତାନ ପାଇଁ ସମସ୍ୟା ଡାକିଆଣିବ। ଆଉ ଏହି କାରଣରୁ ସୃଷ୍ଟି ହେବାକୁ ଥିବା ଭୟାବହତା ଉଭୟ ଦେଶରେ ଅଶନ୍ତି ସୃଷ୍ଟି କରିବ।”

ଅନ୍ୟପକ୍ଷରେ ବାଲାକୋଟ୍‌ରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ହଠାତ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାଭଳି ଦେଖାଇ ହେଉଥିବାରୁ ଏହି ପ୍ରସଙ୍ଗରେ ସେ କହିଛନ୍ତି, ଆମେରିକା ଏବଂ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଏଥିପ୍ରତି ନଜର ରଖିଛନ୍ତି। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେପରି ଏହି ରାଷ୍ଟ୍ର ଅପ୍ରତ୍ୟାବର୍ତ୍ତୀ ଏବଂ ଦୀର୍ଘସ୍ଥାୟୀ ପଦକ୍ଷେପ ନିଏ। ଏବେ ଏହା ଉପରେ ସମ୍ପୂର୍ଣ୍ଣ କଳନା କରିବା ଭୁଲ ହେବ ବୋଲି ସେ କହିଥିଲେ।

Spread the love